ବୁର୍ଲା ଭୀମସାରରେ ପୁଣି ୭ କରୋନା ଯୋଦ୍ଧା କୋଭିଡ-୧୯ ସଂକ୍ରମିତ

Published By : Prameya-News7 Bureau | July 18, 2020 IST

ସମ୍ବଲପୁର ୧୮।୦୭: ସମ୍ବଲପୁରରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ ।  ବୁର୍ଲା ଭୀମସାରରେ ପୁଣି ୭ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଭୀମସାରରେ କାର୍ଯ୍ୟରତ ନର୍ସ ବୋଲି ସୂଚନା ଦେଇଛନ୍ତି ଅଧୀକ୍ଷକ ।

ପଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ନର୍ସ କ୍ବାରେଣ୍ଟାଇନରେ ଥିଲେ । ପୂର୍ବରୁ ଭୀମସାରରେ ଚିହ୍ନଟ ହୋଇଥିବା ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି। ସମସ୍ତ ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲ ପଠାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏପଟେ ଜିଲ୍ଲା ପ୍ରଶାସନ ଆଜି ଓ ଆସନ୍ତାକାଲି ସମ୍ବଲପୁର ସହରକୁ ସଟଡାଉନ ଘୋଷଣା କରିଛି । ଜିଲ୍ଲାରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଜରୁରୀକାଳିନ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.