Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ରାଜ୍ୟରେ ଆଉ ସାତଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି

20/04/2020 at 7:15 AM

ଭୁବନେଶ୍ୱର ୨୦।୦୪: ରାଜ୍ୟରେ ଆଜି ଆଉ ୭ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ରାଜ୍ୟ ଓ ସ୍ବାସ୍ଥ ପରିବାର କଲ୍ୟାଣ ବିଭାଗର ଓ୍ବେବସାଇଟ୍ ଏହାର ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭିଙ୍କ ସଂଖ୍ୟା ୬୮ଟିକୁ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୩ଜଣ ଚିକିତ୍ସା ଜାରି ରହିଥିବା ବେଳେ ୨୪ ସୁସ୍ଥ ହୋଇସାରିଛନ୍ତି । ତେବେ ରାଜ୍ୟରେ କରୋନାରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପୂର୍ବରୁ ୬୧ ଜଣ ଆକ୍ରାନ୍ତ ଥିବା ବେଳେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୬୮ରେ ପହଁଞ୍ଚିଛି । ସମସ୍ତ ଆକ୍ରାନ୍ତମାନେ କେଉଁ ଏରିଆର ବୋଲି ଜଣାପଡ଼ିନଥିବା ବେଳେ ସେମାନଙ୍କର ଟ୍ରାଭେଲ ହିଷ୍ଟ୍ରି ଟ୍ରେସିଂ ଚାଲିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୬୪୧ଟି ନମୁନା ପରୀକ୍ଷଣ କରାଯାଇଥିବା ବେଳେ ୧୦ ହଜାର ୫୭୩ଟି ରିପୋର୍ଟ ନେଗେଟିଭ ଆସିଛି ଏବଂ ୬୮ଟି ରିପୋର୍ଟ ପଜିଟିଭ ଆସିଛି । ସେମାନଙ୍କ ଭିତରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଏବେ ରାଜ୍ୟରେ ୪୩ଟି  ଆକ୍ଟିଭ କେସ୍  ରହିଛି । ଲଗାତର ତିନି ଦିନ ଧରି ରିପୋର୍ଟ ନେଗେଟିଭ ଆସିବା ପରେ ୧୮ ତାରିଖ ଦିନ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି  ରାତିରେ ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଲକ୍ ଡାଉନ ଲୋକେ ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଭଳି ଆଶଙ୍କା ସୃଷ୍ଟି ହୋଇଛି । ଏବେ କିଛି ସ୍ଥାନରେ ଲକ୍ ଡାଉନ୍  କୋହଳ କରାଯାଇଥିଲେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ।

   Related Posts