ନବରଙ୍ଗପୁରରେ ଆଜି ୭ ନୂଆ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | July 07, 2020 IST

ନବରଙ୍ଗପୁର ୦୭।୦୭:  ନବରଙ୍ଗପୁରରେ ଆଜି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର  ଉମରକୋଟ ବ୍ଲକ ଅଞ୍ଚଳରୁ ଏହି ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି  । ଏହି ୭ ଜଣକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ରେ ପହଁଚିଛି ।

{"id":297251,"sizeSlug":"large"}

ସେଥିମଧ୍ୟରୁ ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ୍‌ କେସ ୫୪ ଜଣ ରହିଥିବା ଜିଲ୍ଲାପାଳ କହିଛନ୍ତି ।  ଚିହ୍ନଟ  ସମସ୍ତ ଆକ୍ରାନ୍ତ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.