ଭାରତୀୟ ନୌସେନାରେ ପାକିସ୍ତାନୀ ଗୁପ୍ତଚର, ଲିଙ୍କ୍ ଅଭିଯୋଗରେ ୭ ଗିରଫ

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ ୨୧।୧୨: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଏକ ର୍ୟାକେଟ୍ ର ପର୍ଦ୍ଦାଫାଶ ହୋଇଛି। ଦେଶର ବିଭିନ୍ନ ସ୍ଥାନରୁ ମୋଟ୍ ୭ଜଣଙ୍କୁ ଗିରଫ କରାଯାଇଛି । ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ଏହି ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି । ଏମାନେ ପାକିସ୍ତାନର ଗୁପ୍ତଚର ଭାବେ ନୌସେନାରେ କାମ କାମ କରୁଥିଲେ । ଏହି ସୈନିକମାନେ ମୁମ୍ବାଇ, ବିଶାଖାପାଟନମ୍ ଏବଂ କରବଡ ନୌସେନା କାର୍ଯ୍ୟରତ ଥିଲେ । ବିଶାଖାପାଟଣାରେ ପୂର୍ବ ନୌସେନାର କାମାଣ୍ଡାଣ୍ଟ କାର୍ଯ୍ୟାଳୟ ବିଶାଖାପାଟଣାରେ ରହିଛି ।

{"id":200471,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶର ଗୁଇନ୍ଦା ସଂସ୍ଥା, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହ ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲା । ଏହି ଅପରେସନର ନାଁ ରହିଥିଲା ‘ଡଲଫିନ୍ ନୋଜ୍’ । ତେବେ ଏହି ଅପରେସନକୁ ସଫଳତା ମିଳିଛି । ଦେଶର ବିଭିନ୍ନ ସ୍ଥାନରୁ ମୋଟ୍ ୭ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

{"id":200472,"sizeSlug":"large"}

ଶୁକ୍ରବାର ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ବିଜୟଓ୍ବାଡା ସ୍ଥିତ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜରକ ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲକୁ ପଠାଇଦିଆଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.