Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ଟ୍ରକ ସହିତ ଧକ୍କା ପରେ ଜଳିଗଲା କାର୍‌, ଜୀବନ୍ତ ପୋଡିଗଲେ ୭ଜଣ

21/11/2020 at 12:23 PM

ଅହମ୍ମଦାବାଦ ୨୧।୧୧: ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଟ୍ରକ ଓ କାର୍‌ ମଧ୍ୟରୁ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ତଳରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଗୁଜୁରାଟର ସୁରେନ୍ଦ୍ରନଗରରେ ଅଞ୍ଚଳରେ କାର୍‌ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଯାହାପରେ କାର୍‌ରେ ନିଆଁ ଲାଗିଯାଇଥିଲା । ତେବେ  ନିଆଁ ଲାଗିବା ଦ୍ୱାରା କାର୍‌ରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । କାର୍‌ଟି ନିଆଁରେ ଏତେ ପରିମାଣରେ ଜଳିଯାଇଛି ଯେ, କାର୍‌ରେ କେତେ ଜଣ ପୁରୁଷ ଓ କେତେ ଜଣ ମହିଳା ଥିଲେ । ତାହା ଜାଣିବା ସ୍ପଷ୍ଟ ହେଉନାହିଁ ।  

ମିଳିଥିବା ଖବର ଅନୁଯାୟୀ, ପାଟନ ଜିଲ୍ଲାର କୋଇଦା ଗାଁର ଗୋଟିଏ ପରିବାର ଚୋଟିଲା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଦର୍ଶନ ପରେ ସମସ୍ତ କାର୍‌ ଯୋଗେ ଘରକୁ ଫେରୁଥିଲେ । କିନ୍ତୁ ଅଧାରାସ୍ତାରେ ଟ୍ରକ ସହିତ ଧକ୍କା ହୋଇ ଜିଅନ୍ତ ପୋଡିଯାଇଛନ୍ତି ପରିବାରର ସଦସ୍ୟ  । ତେବେ ୭ ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ସୂଚନା ରହିଛି ।

ସ୍ଥାନୀୟ ପୋଲିସର ଅନୁଯାୟୀ, କାର୍‌ରେ ଗ୍ୟାସ୍‌ କିଟ୍‌ ରହିଥିଲା । ଦୁର୍ଘଟଣା ପରେ କାର୍‌ରେ ନିଆଁ ଲାଗିବାରେ ଗ୍ୟାସ୍‌ର ଭୂମିକା ରହିଛି ବୋଲି ଅନୁମାନ କରାଯାଉଛି । ତେବେ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଗାଡିର ନମ୍ବର ପ୍ଲେଟ ଆଧାରରେ ଲୋକଙ୍କ ପରିଚୟ ହୋଇଛି । ଘଟଣାସ୍ଥଳରେ ସୁରେନ୍ଦ୍ରନଗର ଅତିରିକ୍ତ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଦୁର୍ଘଟଣା ସଂପର୍କରେ ତଥ୍ୟ ହାସଲ କରିଛନ୍ତି ।  

   Related Posts