ଭାରସାମ୍ୟ ହରାଇ ନଦୀକୁ ଖସିପଡିଲା ପିକ୍ଅପ୍ ଭ୍ୟାନ୍, ୭ ଶ୍ରମିକ ମୃତ

Published By : Prameya-News7 Bureau | November 16, 2020 IST

ସିମ୍‌ଲା ୧୬।୧୧ : ହିମାଚଳ ପ୍ରଦେଶ ମଣ୍ଡିରେ ବଡ଼ଧରଣ ସଡ଼କ ଦୁର୍ଘଟଣା ଘଟିଛି । ପିକ୍‌ଅପ୍‌ ଭ୍ୟାନ୍‌ ନଦୀରେ ପଡିଯାଇଛି । ଯାହାଫଳରେ କି ସାତଜଙ୍କଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଡ୍ରାଇଭରଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

wp:html /wp:html

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିହାରରୁ କିଛି ଶ୍ରମିକ ହିମାଚଳ ପ୍ରଦେଶ କାମ କରିବାକୁ ଆସିଥିଲେ । ରାତି ବସ୍‌ ଷ୍ଟାଣ୍ଡରେ ଓହ୍ଲାଇବା ପରେ ଠିକାଦାର କହିଥିବା ଯାଗାକୁ କାମ କରିବାକୁ ଏକ ପିକ୍‌ଅପ୍‌ରେ ବସି ବାହାରିଥିଲେ । କିନ୍ତୁ ଅଧାରାସ୍ତାରେ ଦୁର୍ଘଟଣାରେ ଶିକାର ହୋଇଗଲା ଶ୍ରମିକଙ୍କୁ ନେଇ ଯାଉଥିବା ଗାଡ଼ି । ହିମାଚଳ ପ୍ରଦେଶ ଦେଇ ଯାଇଥିବା ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥ ମଣ୍ଡି  ନିକଟରେ ପୁଲଘରାଟ ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଗାଡିର ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ ବାଡ଼ରେ ପିଟିହୋଇଯାଇଥିଲା । ଯାହାଫଳରେ କି ଗାଡ଼ି ତଳକୁ ଖସିପଡିଥିଲା । ପିକ୍‌ଅପ୍‌ ଭ୍ୟାନ୍‌ଟି ସକେତ ଖଡ୍ଡା ନଦୀରେ ପଡିଯାଇଥିଲା ।

ସେପଟେ ଦୁର୍ଘଟଣାର ଖବର ପାଇ ସଦର ଥାନା ପ୍ରଭାରୀ ବିନୋଦ କୁମାର ଠାକୁର ନିଜ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଗାଡି ଓ ମୃତାହତଙ୍କୁ ଉଦ୍ଧାର କରିଛନ୍ତି । ମୃତ ଶ୍ରମିକଙ୍କ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ସେପଟେ ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଛନ୍ତି । ନିକଟସ୍ଥ ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.