Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପାକିସ୍ତାନ ଟିମ୍ ଉପରେ କରୋନା ହମଲା, ୧୦ ଖେଳାଳି କୋଭିଡ୍-୧୯ ପଜିଟିଭ୍, ସଙ୍କଟରେ ଇଂଲଣ୍ଡ ଗସ୍ତ

23/06/2020 at 7:50 PM

ନୂଆଦିଲ୍ଲୀ ୨୩।୦୬: ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)କୁ ଲାଗିପାରେ ବଡ ଝଟକା। କାରଣ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଦଳର ୩ କ୍ରିକେଟ୍‌ର କିଛି ଦିନ ପୂର୍ବେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏବେ ଦଳର ଆହୁରି ୭ ଖେଳାଳି କୋଭିଡ୍-୧୯ର ଶିକାର ହୋଇଛନ୍ତି। ଖେଳାଳିଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି। ଏହି ପରି ଇଂଲଣ୍ଡ ଗସ୍ତ କରୁଥିବା ପାକିସ୍ତାନର ୨୯ ଜଣିଆ ଟିମ୍‌ରେ ସଂକ୍ରମିତ ଖେଳାଳିଙ୍କ ସଂଖ୍ୟା ୧୦ ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଖୋଦ୍‌ ଏହାର ସୂଚନା ଦେଇଛି। ଫଳରେ ପାକିସ୍ତାନର ଇଂଲଣ୍ଡ ଗସ୍ତ ଏବେ ସଙ୍କଟରେ ରହିଛି।

ମଙ୍ଗଳବାର ପଜିଟିଭ୍ ଚିହ୍ନଟ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଫକର ଜମାନ, ଇମ୍ରାନ ଖାନ, କାଶିଫ ଭଟ୍ଟି, ମହମ୍ମଦ ହାଫିଜ, ମହମ୍ମଦ ହସନୈନ, ମହମ୍ମଦ ରିଜଓ୍ଵାନ ଓ ଓ୍ଵହାବ ରିୟାଜ ସାମିଲ। ଏହା ପୂର୍ବରୁ ସୋମବାର ସାଦାବ ଖାନ, ହାଇଦର ଅଲୀ ଓ ହାରିସ ଉରୁକ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ପିସିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ୍ଵାସିମ ଖାନ କହିଛନ୍ତି, ଯାଞ୍ଚରେ ପଜିଟିଭ୍ ଖେଳାଳିଙ୍କ ମଧ୍ୟରୁ କିଛି ଖେଳାଳି ଏମିତି ଫିଟ୍ ଅଛନ୍ତି, ଯାହାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ। ଆମେ ସମସ୍ତ କ୍ରିକେଟ୍‌ରଙ୍କ  ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରୁଛୁ। ଏହା ନିଶ୍ଚିତ ଭାବେ ଦଳ ପାଇଁ ଚିନ୍ତାର ବିଷୟ।

ଖେଳାଳି ଓ ଅଧିକାରୀ ଏବେ ଲାହୋରରେ ଏକତ୍ରିତ ହେବେ। ଜୁନ ୨୫ରେ ଆଉ ଏକ ପରୀକ୍ଷଣ କରାଯିବ। ଏହାର ପରବର୍ତ୍ତୀ ଦିନ ସଂଶୋଧିତ ଦଳ ଘୋଷଣା କରାଯିବ ବୋଲି ଓ୍ଵାସିମ କହିଛନ୍ତି। ଇଂଲଣ୍ଡ ଗସ୍ତ ପାଇଁ ଦଳ ଜୁନ ୨୮ରେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଖେଳାଳି କରୋନା ସଂକ୍ରମିତ ହେବା ଚିନ୍ତାର ବିଷୟ। କିନ୍ତୁ ଭୟଭୀତ  ହେବାର କୌଣସି ନାହିଁ କାରଣ ଆମ ପାଖରେ ସମୟ ରହିଛି। ଇଂଲଣ୍ଡ ପହଞ୍ଚିବା ପରେ ଖେଳାଳି ଓ ଅଧିକାରୀ ବିଶ୍ରାମ ନେବେ ବୋଲି ଓ୍ଵାସିମ କହିଛନ୍ତି।

   Related Posts