Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କରୋନାରେ ବେହାଲ ଦୋକାନୀ, ୭ ଲକ୍ଷ ଦୋକାନରେ ପଡିଛି ତାଲା

31/05/2020 at 3:44 PM

ମୁମ୍ବାଇ ୩୧।୦୫: ଲକ୍‌ଡାଉନ୍‌ ଯୋଗୁ ଦେଶରେ ୭ ଲକ୍ଷରୁ ଅଧିକ କିରାନା ଷ୍ଟୋର(ଛୋଟ ଦୋକାନ) ବନ୍ଦ ହୋଇଯାଇଛି । ଲିକ୍ୱିଡିଟି ଅଭାବ ଯୋଗୁ ଏ ସବୁ ମଧ୍ୟରୁ ଅଧିକାଂଶ ଆଉ ଖୋଲି ନ ପାରେ ବୋଲି ଏକ ସର୍ଭେରୁ ଜଣାଯାଇଛି । ଏଥିମଧ୍ୟରୁ କେତେକ ଷ୍ଟୋର ମାଲିକମାନେ ନିଜ ନିଜ ଗାଁକୁ ଫେରିଯାଇଥିବା ଜଣାଯାଇଛି ।

ହ୍ୟାଣ୍ଡ୍‌ସେଟ୍‌ ଶିଳ୍ପ ଉପରେ ମଧ୍ୟ ଲକ୍‌ଡାଉନ୍‌ର ବଡ଼ ପ୍ରଭାବ ପଡ଼ିଛି । ଦେଶର ଦେଢ଼ ଲକ୍ଷ ମୋବାଇଲ ଷ୍ଟୋର ମଧ୍ୟରୁ ୬୦% ଏ ଯାଏ ଖୋଲି ନ ଥିବା ସୂଚନା ମିଳିଛି । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିକୁ ଅନୁମତି ମିଳିବା ପରେ ବି ଏହି ଷ୍ଟୋରଗୁଡିକ ଖୋଲିନାହିଁ ।

ଶିଳ୍ପ ଅଧିକାରୀମାନଙ୍କ କହିବାନୁଯାୟୀ,କ୍ଷୁଦ୍ର ଆଉଟ୍‌ଲେଟ୍‌ଗୁଡିକ ବି ସମସ୍ୟାର ସାମ୍ନା କରୁଛନ୍ତି । ବିତରକମାନେ ନଗଦରେ କାରବାର କରିବାକୁ ଚାହୁଁଛନ୍ତି । ପୂର୍ବଭଳି ସେମାନେ ୭ରୁ ୨୧ ଦିନର କ୍ରେଡିଟ୍‌ ଦେଉନାହାନ୍ତି । ଏଭଳି କ୍ଷେତ୍ରରେ କ୍ଷୁଦ୍ର ଆଉଟ୍‌ଲେଟ୍‌ଗୁଡିକର ଅବସ୍ଥା ପୂର୍ବଭଳି ନାହିଁ । ଯଦି ଏହି ଷ୍ଟୋରଗୁଡିକ ବନ୍ଦ ହୋଇଯାଏ ତା’ହେଲେ ବଜାରରେ ସୁଧାର ଆସିବାରେ ଲମ୍ବା ସମୟ ଳାଗିବ ବୋଲି ଶିଳ୍ପ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ପାର୍ଲେ ପ୍ରଡକ୍ଟ୍‌ସ ପ୍ରକାଶ କରିଛି ଯେ, ଘର ତଥା ରାସ୍ତା କଡ଼ରେ ଚା’, ପାନ ତଥା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିବା ମୋଟ ୫୮ ଲକ୍ଷ କ୍ଷୁଦ୍ର କିରାନା ଷ୍ଟୋର ମଧ୍ୟରୁ ପ୍ରାୟ ୧୦% ଏପ୍ରିଲ ଏବଂ ମେ’ରେ ବନ୍ଦ ହୋଇଯାଇଛି । ବିତରକମାନେ ଏସବୁ ଷ୍ଟୋରରୁ ବିପୁଳ ମାତ୍ରାରେ କ୍ଷତି ସହିଥିବା ପାର୍ଲେ ପ୍ରଡକ୍ଟ୍‌ସର କାଟେଗୋରି ହେଡ୍‌ ବି. କ୍ରିଷ୍ଣା ରାଓ ପ୍ରକାଶ କରିଛନ୍ତି । ଏଥିମଧ୍ୟରୁ ଅଧିକାଂଶ ଷ୍ଟୋର ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି । ୪୨ ଲକ୍ଷ ବଡ଼ ବଡ଼ କିରାନା ଷ୍ଟୋର ମଧ୍ୟରୁ ୧ରୁ ୨% ବନ୍ଦ ରହିଛି । ୫ରୁ ୬ ମାସ ଯାଏ ଏଗୁଡିକ ଖୋଲିବ ନାହିଁ । ଏଗୁଡିକ ବନ୍ଦ ରହିବା ସହିତ କମ୍ପାନିଗୁଡିକର ରାଜସ୍ୱ ହ୍ରାସ ପାଇବ ବୋଲି ରାଓ କହିଛନ୍ତି ।

ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ର ପରିଚାଳନା ନିର୍ଦ୍ଦେଶକ ବରୁଣ ବେରି କହିଛନ୍ତି ଯେ, ଲକ୍‌ଡାଉନ୍‌ ହଟିବା ପରେ ବୃହତ୍‌ ସଂଖ୍ୟାରେ କ୍ଷୁଦ୍ର କିରାନା ଷ୍ଟୋର ଖୋଲିବ । ଗୋଦ୍‌ରେଜ୍‌ କଞ୍ଜ୍ୟୁମର ପ୍ରଡକ୍ଟ୍‌ସର ସିଇଓ(ଭାରତ ଏବଂ ସାର୍କ) ସୁନିଲ କଟାରିଆ କହିଛନ୍ତି ଯେ, ଷ୍ଟୋର ବନ୍ଦ ରହିବା ଅସ୍ଥାୟୀ । ତେବେ ଏସବୁ ଖୋଲିବାରେ ବିଳମ୍ବ ହୋଇପାରେ । ସହରଗୁଡ଼ିକରେ କୋଭିଡ୍‌-୧୯ ପରିଚାଳନା ଉପରେ ଏହା ନିର୍ଭର କରେ ।

ସୂଚନାଯୋଗ୍ୟ, ଭାରତରେ ପାଖାପାଖି ୧.୨୦ କୋଟି କ୍ଷୁଦ୍ର ରିଟେଲ ଆଉଟ୍‌ଲେଟ୍‌ ରହିଛି, ଯେଉଁଠି ସଉଦା ଏବଂ ଅନ୍ୟାନ୍ୟ ଏଫ୍‌ଏମ୍‌ସିଜି ଉତ୍ପାଦ ବିକ୍ରି ହୋଇଥାଏ ।

   Related Posts