ହାଟରୁ ଫେରୁଥିବା ବେଳେ ଘାଟିରେ ଓଲଟିଲା ଅଟୋ, ୭ ମହିଳା ଆହତ

Published By : Prameya-News7 Bureau | July 06, 2021 IST

ଗଜପତି ୬।୭: ରାୟଗଡ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ନିକଟସ୍ଥ ରାଶିବାଡି ଘାଟିରେ ଦୁର୍ଘଟଣା । ଅଟୋ ଓଲଟି ୫ ଜଣ ଆହତ ହୋଇଛନ୍ତି । ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ରାୟଗଡ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ନିକଟସ୍ଥ ରାଶିବାଡି ଘାଟିରେ ଦୁର୍ଘଟଣା ହୋଇଛି ।

{"id":476455,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ହାଟରୁ ଫେରିବା ସମୟରେ ରାୟଗଡ ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ନିକଟସ୍ଥ ରାଶିବାଡି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟିପଡିଛି । ଫଳରେ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ମହିଳା ହୋଇଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.