୭ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
11/12/2019 at 10:02 AM

ଉଦଳା ୧୧।୧୨: ସାତ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟମାନେ ଏହି ସାପଟିକୁ ଉଦ୍ଧାର କରିଛନ୍ତି । ଉଦଳା ବନାଂଚଳ ଅନ୍ତର୍ଗତ ବୈରାଟପୁର ନଦୀପଠାରୁ ସାପଟି ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଉଦଳା ବନାଂଚଳ ଅନ୍ତର୍ଗତ ବୈରାଟପୁର ନଦୀପଠାରୁ ଏକ ବିଶାଳ ଅଜଗର ସାପ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ ସାପଟି ଗ୍ରାମରୁ ନଦୀ ପଠାକୁ ଚାଲି ଆସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ଏ ନେଇ ଉଦଳା ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅଭିଜିତ୍ ବହେରା ଏବଂ ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଂଚି ସାପଟିକୁ ନଦୀପଠାରୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ ।

ପରେ ସାପଟିକୁ ବନବିଭାଗକୁ ହସ୍ତାନ୍ତର କରିବା ପରେ ବନବିଭାଗ ତାହାକୁ ଶିମିଳିପାଳ ଅଭୟାରଣ୍ୟରେ ଛାଡିଥିବା ସୂଚନା ମିଳିଛି । ସାପଟି ଗ୍ରାମରେ ବାହାରିଥିବା ବେଳେ ତାହାକୁ ଦେଖିବା ପାଇଁ ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା ।