ଭିମ୍‌ସାରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍

Published By : Prameya-News7 Bureau | August 09, 2020 IST

ସମ୍ବଲପୁର ୦୯।୦୮: ବୁର୍ଲା ଭିମସାରରେ ପୁଣି ୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜଣେ ନର୍ସ ଓ ଜଣେ ଆଟେଣ୍ଡଣ୍ଟ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଭିମସାର୍ ନିର୍ଦ୍ଦେଶକ । ଏମାନଙ୍କ ମଧ୍ୟରେ ସର୍ଜରି ବିଭାଗର ଜଣେ, ହୃଦ୍ ରୋଗ ବିଭାଗର ଜଣେ, ମେଡିସିନ୍  ବିଭାଗର ୩ ଜଣ ପିଜି ଡାକ୍ତର ଥିବା ସମୟରେ ୨ ଜଣ ହାଉସ୍ ସର୍ଜନ ଡାକ୍ତର ରହିଛନ୍ତି ।

ଭିମସାରରେ ପୂର୍ବରୁ ୧୨ ଡାକ୍ତର କରୋନା ପଜିଟିଭ୍ ହୋଇଥିଲେ । ଯାହାଫଳରେ ମେଡିସିନ୍ ଓ.ପି.ଡି ଏବେ ବି ବନ୍ଦ ରହିଛି । ଗତକିଛି ଦିନ ହେଲା ଭୀମ୍‌ସାରେ ଡାକ୍ତର କରୋନା ଆକ୍ରାନ୍ତ ହେଉଛନ୍ତି । ଯାହାକି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପଶ୍ଟିମ ଓଡିଶା ତଥା ସମ୍ବଲପୁରର ସ୍ୱାସ୍ଥ୍ୟସେବା ଯୋଗାଇବାରେ ଭୀମ୍‌ସାର ଅଗ୍ରଣୀ ଭୂମିକ ଗ୍ରହଣ କରିଥାଏ । ଯଦି ମେଡିକାଲରୁ ଏତେ ସଂଖ୍ୟକ ଡାକ୍ତର ଓ ନର୍ସ କରୋନା ପଜିଟିଭ୍‌ ବାହାରିବେ ।ତେବେ ଏହା ଜିଲ୍ଲା ଓ ଆଖପାଖ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପ୍ରଭାବ ପକାଇପାରେ । ତେବେ ଏସବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟେଲି ମେଡିସିନ୍‌ ସେବା ଆରମ୍ବ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.