ବାରଙ୍ଗ ପୋଲିସ ଦ୍ବାରା ୭ ଡକାୟତ ଗିରଫ

Published By : Prameya-News7 Bureau | July 21, 2019 IST

ବାରଙ୍ଗ ୨୧|୫: ବାରଙ୍ଗ ପୋଲିସ ଦ୍ବାରା ଜଣ ଡକାୟତଙ୍କୁ କୋର୍ଟ ଚାଲଣ କରିଛି । ଏମାନେ କିଛି ଦିନ ହେଲା କଟକ ସଦର, ବାରଙ୍ଗ ଓ ଏହାର ଆଖପାଖ ଅଂଚଳରେ ଭିନ୍ନ ଭିନ୍ନ ଲୁଟତରାଜ, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଏମାନଙ୍କ ନିକଟରୁ ଦୁଇଟି ଅଫୁଟା ବୋମା, ୭ଟି ମୋବାଇଲ, ଗୋଟିଏ ଟର୍ଚ, କଟୁରି, ସାବଳ, ରଡ ଏବଂ ତିନୋଟି ମୋଟର ସଇକେଲ, ଲଙ୍କା ଗୁଣ୍ଡ ପକେଟ ଜବତ କରିଛି  ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.