କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା : ୭ ମୃତ, ଜଣେ ଗୁରୁତର

Published By : Prameya-News7 Bureau | December 07, 2019 IST

ଜାମନଗର ୭।୧୨: ଗୁଜୁରାଟ କାଲାଓ୍ବଡର ଖିଜଡିଆ ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକ୍ ଏବଂ କାର୍ ମଧ୍ୟରେ ଧକ୍କା ହେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କାଲାଓ୍ବଡରୁ ପ୍ରାୟ ୧୫-୨୦ କିଲୋମିଟର ଦୂର ଖିଜଡିଆ ନିକଟରେ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ହୋଇଛି । ଟ୍ରକ୍ ସହ କାର୍ ଧକ୍କା ହୋଇଛି । ଦୁର୍ଘଟଣା ଅତି ଭୟଙ୍କର ଥିଲା ଯେ, କାର୍‌ରେ ଥିବା ୮ଜଣଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜାମକଣ୍ଡୋରଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ କାର୍‌ରେ ଯାଉଥିବା ସମସ୍ତ ଲୋକ ଜାମନଗର ବାସିନ୍ଦା ଥିଲେ ବୋଲି ଜଣାପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଶବସବୁ କାର୍‌ର ସିଟ୍ ମଧ୍ୟରେ ଫସିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟଲୋକ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରୁ ମୃତଦେହଗୁଡିକୁ ବାହାରକୁ ବାହାର କରିଥିଲେ । ପରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.