Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ବଡ଼ବିଲ ଅଞ୍ଚଳକୁ ୭ ଦିନ ପାଇଁ ସଟ୍‌ଡାଉନ୍‌ କଲେ ଜିଲ୍ଲାପାଳ

5/07/2020 at 1:33 PM

କେନ୍ଦୁଝର ୦୫।୦୭: ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।  ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହିପରି  କେନ୍ଦୁଝରର ବଡ଼ବିଲକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ବଡ଼ବିଲ ଅଞ୍ଚଳକୁ ୭ ଦିନ ପାଇଁ ସଟ୍ ଡାଉନ ଘୋଷଣା କରାଯାଇଛି ।

କେନ୍ଦୁଝର ଜିଲ୍ଲାରୁ ଆଜି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ବାହାର କ୍ୱାରାଣ୍ଟାଇନ ସେଣ୍ଟରରୁ ଏବଂ ଜଣେ ହୋମ   କ୍ଵାରାଣ୍ଟାଇନରେ ଥିଲେ । ଏହି ୧୪ ଜଣ ପାଟଣା , ହରିଚନ୍ଦନପୁର, ଘଟଗାଁ ଓ ସଦର ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି   ।  ଅନ୍ୟ ୧୧ ଜଣ ବଡବିଲ ଅଞ୍ଚଳର ଓ ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଆଜି ପର୍ଯ୍ୟନ୍ତ ସମଗ୍ର ଜିଲ୍ଳାରେ ୧୮୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୧ଟି  ଆକ୍ଟିଭ କେସ୍ ରହିଛି ।  ତେବେ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ସଟ୍‌ଡାଉନ୍‌ ସମୟରେ ଜରୁରୀ କାମ ଥିଲେ , ଘରୁ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି କେହି ସଟ୍‌ଡାଉନ୍‌ ନିୟମକୁ ନମାନି ବାହାରେ ବୁଲନ୍ତି । ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ।   

   Related Posts