ପାଟଣା ୧୭।୦୩: ସାତ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ । ଡକାୟତଙ୍କ ନିକଟରୁ ଦୁଇଟି ଜେଶୀ ବନ୍ଧୁକ , ତିନୋଟି ଜୀବନ୍ତ ଗୁଳି, ତିନୋଟି ବାଇକ ଜବତ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୋଲିସ ଦ୍ବାରା ଡକାୟତମାନେ ଗିରଫ ହୋଇଛନ୍ତି ।
{"id":239843,"sizeSlug":"large"}ସୂଚନାଯୋଗ୍ୟ ଯେ, ଶନିବାର ବିଲମ୍ବିତ ରାତିରେ ତୁରୁମୁଙ୍ଗା ଥାନା ଝାରବେଡ଼ା ଗାଁର କ୍ଷୀରୋଦ ବେହେରାଙ୍କ ଘରେ ପଶି ଲୁଟ ଉଦ୍ୟମ କରିଥିଲେ। ଲୁଟ କୁ ବିରୋଧ କରିବାରୁ ଲୁଟେରା ମାନେ କ୍ଷୀରୋଦ ଓ ତାଙ୍କ ଝିଅ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବନ୍ଧୁକ ରେ ଆକ୍ରମଣ କରି ବାପା ଓ ଝିଅଙ୍କ ଦୁଇଟି ମୋବାଇଲ ନେଇ ପଳାଇଥିଲେ । ତେବେ ପୋଲିସ ଉକ୍ତ ମୋବାଇଲ ନମ୍ବରକୁ ଟ୍ରାକିଂ କରି ଏହି ସଫଳତା ପାଇଛି। ଏବଂ ସମସ୍ତ ଲୁଟେରାଙ୍କୁ ଗିରଫ କରିଛି ପୋଲିସ ।
{"id":239844,"sizeSlug":"large"}ଗିରଫ ହୋଇଥିବା ଲୁଟେରାମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ଘାଗର ବେଡା ଥାନା ଛେଳିଆନାଳ ଗ୍ରାମର ବିଶ୍ଵଜିତ ଗିରି,ଘାଗର ବେଡା ଥାନା କୁଦାସାହିର ଗଣେଷ ଲାଗୁରୀ,ଝାଡଖଣ୍ଡ ପଶ୍ଚିମ ସିଂଭୂମ ଜିଲ୍ଲା ଜଗନ୍ନାଥପୁର ଥାନା ଛଣପଦା ଗାଁର ମୃତ୍ୟୁଞ୍ଜୟ ବେହେରା, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କୁଦଗାଡ଼ିଆ ଗାଁର ସିପୁନ ବାରିକ, କେନ୍ଦୁଝର ତୁରୁମୁଙ୍ଗା ଥାନା ତ୍ରିବିନ୍ଦା ଗାଁର ତ୍ରିନାଥ ମହାନ୍ତ ଚନ୍ଦ୍ର ଶେଖର ପାତ୍ର ଓ ଚନ୍ଦନ ପାତ୍ର । ଏମାନଙ୍କୁ ଗିରଫ କରାଯାଇ କୋର୍ଟ ଚଲାଣ କରାଯିବ ବୋଲି ଚମ୍ପୁଆ SDPO ହରିହର ପାଣି ସୂଚନା ଦେଇଛନ୍ତି।
{"id":239845,"sizeSlug":"large"}