Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ନିଜସ୍ୱ ଜ୍ଞାନ କୌଶଳରେ ଔଷଧ ସିଞ୍ଚନ ଯନ୍ତ୍ର ଉଦ୍ଭାବନ କଲେ ସପ୍ତମ ଶ୍ରେଣୀର ଛାତ୍ର

26/11/2019 at 11:34 AM

ବରଗଡ ୨୬।୧୧: କୁନି ହାତର କମାଲ । କୃଷକ ଙ୍କ ସମସ୍ୟାର  ସମାଧାନ ପାଇଁ  ନିଜସ୍ୱ ଜ୍ଞାନ କୌଶଳ ରେ  ଔଷଧ ସିଞ୍ଚନ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଛାତ୍ର   ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଧାନଚାଷ ହେଉ କିମ୍ବା ଶସ୍ୟ ଜାତୀୟ ଫସଲ ହେଉ ସେଥିରେ ରୋଗ ପୋକ ନ ହେବା ପାଇଁ କୃଷକ ମାନେ ଗଛ ରେ କୀଟନାଶକ ପ୍ରାୟୋଗ କରିଥାନ୍ତି । କୀଟନାଶକ ଔଷଧ ସିଞ୍ଚନ ବେଳେ ଏକ ଡ୍ରମ ରେ ତରଳ କୀଟନାଶକ ଔଷଧ କୁ ଭର୍ତ୍ତି କରି ତାକୁ ପିଠିରେ ଲଦି ନିଜ ଜମିରେ ଲଗାଇଯାଇଥିବା ଗଛରେ ସିଞ୍ଚନ କରିଥାଆନ୍ତି ।  ବଡ ବଡ ଜମିରେ ଦୀର୍ଘ ସମୟ ଧରି ଔଷଧ ଡ୍ରମ କୁ ପିଠିରେ ଲଦି ଔଷଧ ସିଞ୍ଚନ କଲା ବେଳେ ପିଠିରେ ଯନ୍ତ୍ରଣା ହୋଇଥାଏ ।

ତେଣୁ ଚାଷୀ ଙ୍କ ଏହି ସମସ୍ୟା କୁ ସମାଧାନ କରିଛନ୍ତି ସରକଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଆଶିଷ ବୁଦ୍ଧିଆ । ସେ କବାଡି ରୁ ସଂଗୃହିତ କିଛି ଲୁହା ରଡ଼,ଏକ ପାଇପ,ସ୍ପ୍ରେୟାର ନୋଜଲ, ଏକ ବ୍ୟାଟେରୀ, ଛୋଟ ଏକ ମୋଟର, ସାଇକେଲ ଚକ  ଓ  ଗୋଟିଏ ପ୍ଲାଷ୍ଟିକ ଡ୍ରମ କୁ ବ୍ୟବହାର କରି ସ୍ବଦେଶୀ ଜ୍ଞାନ କୌଶଳ ରେ ଏକ ଔଷଧ ସିଞ୍ଚନ ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଏଥିରେ ତାଙ୍କ ସ୍କୁଲ ର୍ ପ୍ରଧାନ ଶିକ୍ଷକ, ଗ୍ରାମ  ସରପଞ୍ଚ  ଓ ତାଙ୍କ ବାପା ସହାୟତା କରିଛନ୍ତି ବୋଲି  ଆଶିଷ କହିଛନ୍ତି  । ଏହା ତାଙ୍କ ଗ୍ରାମ ତଥା ଅଞ୍ଚଳ ଏକ ଗୌରବ ର୍ କଥା ବୋଲି ସରକଣ୍ଡା ଗ୍ରାମ ର୍ ସରପଞ୍ଚ କହିଛନ୍ତି ।

   Related Posts