Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଚୁଲି ନିଆଁରୁ ଅଗ୍ନିକାଣ୍ଡ, ୭ ଗୋରୁ ଜୀବନ୍ତ ଦଗ୍ଧ

18/10/2021 at 1:34 PM

ଚାନ୍ଦବାଲି ୧୮।୧୦: ଚୁଲିରୁ ନିଆଁ ଲାଗି ୭ ଗୋରୁ ଜୀବନ୍ତ ଦଗ୍ଧ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ସାହାପୁର ପଞ୍ଚାୟତ କଣ୍ଡରାଗଡିଆ ଗାଁରେ ଶଙ୍କର୍ଷଣ ମିଶ୍ରଙ୍କ ଗୁହାଳ ଘରେ । ଚୁଲିରେ ରୋଷେଇ ସାରିବା ପରେ ପାଖରେ ଥିବା ଗୁହାଳ ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ, କିଛି କ୍ଷଣ ମଧ୍ୟରେ ସବୁକିଛି ପୋଡ଼ି ଛାରଖାର କରି ଦେଇଥିଲା। ଗ୍ରାମବାସୀ ଏବଂ ଅଗ୍ନିଶମ ଗାଡ଼ି ପହଞ୍ଚିବା ଆଗରୁ ଗୁହାଳ ଭିତରେ ଥିବା ୭ ଗୋରୁ ନିଆଁରେ ଦୀବନ୍ତ ଦଗ୍ଧ  ହୋଇଯାଇଥିଲେ। ନିଆଁକୁ ଆୟତ୍ତ କରୁଥିବା ସତ୍ତ୍ବେ ନିଆଁର ବେଗ ଥମିବାର ନାଁ ନେଇ ନଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ସବୁ କିଛି ନଷ୍ଟ ହୋଇଯାଇଥିଲା।

   Related Posts