ବିରଳ ବଜ୍ରକାପ୍ତାକୁ ବିଦେଶ ଚାଲାଣ ଉଦ୍ୟମ ; ବନବିଭାଗ ହାତରେ ଧରାପଡିଲେ ୭ ବେପାରୀ
13/12/2018 at 2:43 PM

ମାଲକାନଗିରି ୧୩|୧୨: ବିରଳ ବଜ୍ରକାପ୍ତାକୁ ବିଦେଶ ଚାଲାଣ କରିବାକୁ ଉଦ୍ୟମ ହୋଇଛି । ମାଲକାନଗିରି ବନବିଭାଗ ହାତରେ ଧରା ପଡିଛନ୍ତି ୭ ଚୋରା ବେପାରୀ । ମାଲକାନଗିରି ଭିମାରାଙ୍ଗିଣୀ ଅଞ୍ଚଳର ଏହି ବେପାରୀମାନେ ବଜ୍ରକାପ୍ତାକୁ ଚୋରା ଚାଲାଣ କରୁଥିବା ସୂଚନା ପାଇବା ପରେ ଚଢାଉ କରିଥିଲା ମାଲକାନଗିରି ବନବିଭାଗ । ବିରଳ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏସବୁ ବିରଳ ବଜ୍ରକାପ୍ତା ଚୀନ୍ ଓ ଥାଇଲାଣ୍ଡ ପଠାଯାଉଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍କୁଲ ଶିକ୍ଷକ ଅଛନ୍ତି।
