ପଥର ବ୍ଲାଷ୍ଟିଂ ବେଳେ ପୋଲିସର ଚଢ଼ାଉ, ୭ ଗିରଫ

Published By : Prameya-News7 Bureau | June 07, 2021 IST

ସାନଖେମୁଣ୍ଡି ୭।୬: ଗଞ୍ଜାମ ଜିଲ୍ଲା ଏସ ରଘୁନାଥପୁର ଗ୍ରାମ ନିକଟ ଗୌଡ଼ ଗୌଡୁଣି ପାହାଡ଼ରେ ପଥର ବ୍ଲାଷ୍ଟିଂ ସମୟରେ ପାଟପୁର ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ୫୦ଟି ଡେଟୋନେଟେଡ, ଗୋଟିଏ ବ୍ଲାଷ୍ଟିଙ୍ଗ ବ୍ୟାଟେରୀ, ୨୦ଟି ଡ୍ରିଲିଂ ରଡ୍, କମ୍ପ୍ରେସର ମେସିନ ସହ ଗୋଟିଏ ଟ୍ରାକ୍ଟର, ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ଏହାସହ ୭ ଜଣଙ୍କୁ ଗିରଫ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି l

ବ୍ଲାଷ୍ଟିଙ୍ଗ ଜାଣି ନଥିବା ଲୋକଙ୍କ ମାଧ୍ୟମରେ ପଥର ବ୍ଲାଷ୍ଟିଙ୍ଗ କରୁଥିବା ହେତୁ ୧୭୯/୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତମାନେ ହେଲେ ପାଟପୁୁରର କାଳିଆ ଲେଙ୍କା, ପଳାଶପୁର ଇନ୍ଦ୍ରାବାସର ଶିବ ବେହେରା, ପଳାଶପୁର ଇନ୍ଦ୍ରାବାସର କାଳିଆ ନାୟକ, ରଘୁନାଥପୁରର ହୃଷିକେଶ ପଣ୍ଡାା, ଜଗନ୍ନାଥପୁର ଜିତେନ୍ଦ୍ର ସେଠୀ, ଜଗନ୍ନାଥପୁରର ହଂସ ସେଠୀ, ଏରେଣ୍ଡ୍ରେର ଜଗନ୍ନାଥ ବରାଡ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.