Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

୧୫ରେ ଅକ୍ଷୟ ତୃତୀୟା, ଆଜିଠୁ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ

12/05/2021 at 12:57 PM

ପୁରୀ ୧୨।୦୫:  ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା।  ଏହି ଦିନ ଠାରୁ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ସହ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ହେବ। ଚନ୍ଦନଯାତ୍ରା ଓ ରଥନିର୍ମାଣରେ ଜଡିତ ସେବାୟତଙ୍କ ଆଜିଠାରୁ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି।

ଖବର ଅନୁଯାୟୀ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଉତ୍କକ ହିନ୍ଦୀ ଵିଦ୍ୟାପୀଠକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରତିଦିନ ୨୦୦ ଜଣ ସେବାୟତଙ୍କ ଟେଷ୍ଟ କରାଯିବ। ଚନ୍ଦନଯାତ୍ରାରେ ୧୨୦ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ। ଭୋଇ ସେବକଙ୍କୁ ନୀଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଣ୍ଟରରେ ଆଇସୋଲେସନରେ ରଖାଯିବ।

ତେବେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ ଟିକାକରଣ ପାଇଁ ଗତକାଲି ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନେକ ସେବାୟତଙ୍କ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ସରିଛି। ରଥଯାତ୍ରା ପୂର୍ବରୁ ୧୮ ରୁ ୪୫ ବର୍ଷ ସମେତ ୪୫ ବର୍ଷ ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ସେବାୟତଙ୍କ ଟିକାକରଣ କରାଯିବ। ଏଥିପ୍ରତି ଶ୍ରୀମନ୍ଦିର ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ଅତ୍ୟନ୍ତ ଖୁସିର କଥା ବୋଲି ଜିଲ୍ଲାପାଳ କହିଛନ୍ତି।

   Related Posts