ଶ୍ରୀମନ୍ଦିର ରତ୍ନସିଂହାସନ ପଦ୍ମପାଖୁଡ଼ା ପଥର ଗଲା କୁଆଡେ : ନୋଟିସ୍ ପାଇ ଲିଖିତ ବୟାନ ରଖିଲେ ବରିଷ୍ଠ ସେବାୟତ

Published By : Prameya-News7 Bureau | August 06, 2020 IST

ପୁରୀ ୬।୮: ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମପାଖୁଡ଼ା ପଥର ଗାଏବ ଘଟଣାରେ ବୟାନ ରଖିଛନ୍ତି ବରିଷ୍ଠ ସେବାୟତ ଇପସିତ ପ୍ରତିହାରୀ । ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ତାଙ୍କୁ ନୋଟିସ୍ କରିଥିଲେ । ନୋଟିସ୍ ଭିତ୍ତିରେ ସେବାୟତ ଇପସିତ ପ୍ରତିହାରୀ ଶ୍ରୀମନ୍ଦିର ପ୍ରଶାସନଙ୍କ ନିକଟରେ ଲିଖିତ ବୟାନ ରଖିଛନ୍ତି ।

{"id":310707,"sizeSlug":"large"}

ଗତ ଜୁଲାଇ ୬ ତାରିଖ ଦିନ ତାଙ୍କର ମନ୍ଦିରରେ ପାଳି ଥିବାବେଳେ ଶ୍ରୀମନ୍ଦିର ରତ୍ନସିଂହାସନ ପଦ୍ମ ପାଖୁଡ଼ାରୁ ୨ ଇଞ୍ଚ ପଥର ଭାଙ୍ଗିଯାଇଥିବା ଦେଖି ସେ ଅନ୍ୟ ସେବାୟତଙ୍କୁ ଜଣାଇଥିଲେ । ତା ପରଦିନ ସେ ମୁଖ୍ୟମନ୍ତ୍ରୀଙ୍କୁ ପଥର ଗାଏବ ଘଟଣାର ତଦନ୍ତ ପାଇଁ ଅଭିଯୋଗ ପତ୍ର ପଠାଇଥିଲେ । ପ୍ରକୃତ ପଦ୍ମ ପାଖୁଡ଼ା ପଥର ବଦଳରେ ଅପ୍ରାକୃତିକ ଭାବେ ପଥର ଯୋଡ଼ାଯାଇଥିବା ସେ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇଛନ୍ତି । ଏଥିସହ ସେ ଗତ ଜୁଲାଇ ୧୦ ତାରିଖରେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ ।

{"id":310708,"sizeSlug":"large"}

ତେବେ ରତ୍ନସିଂହାସନରୁ ପଥର ଗାଏବ ଘଟଣାର ତଦନ୍ତ ସରିଥିବା ବେଳେ ଏଏସଆଇ ତଦନ୍ତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିସାରିଛି। ରତ୍ନସିଂହାସନ ସମ୍ମୁଖ ଭାଗ ପଦ୍ମ ପାଖୁଡ଼ାର ପୂର୍ବ ବର୍ଷ ଫଟୋ, ଅଣସର ସମୟର ଫଟୋ ଓ ବର୍ତ୍ତମାନର ଫଟୋ ଏଏସଆଇ ପକ୍ଷରୁ ଦିଆଯାଇଛି । ଏଏସଆଇ ରିପୋର୍ଟ ପରେ ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ କ୍ରିଷନ କୁମାର ପୂର୍ବରୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.