ରାଉରକେଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ସେବା ସଙ୍ଗମ

Published By : Prameya-News7 Bureau | November 23, 2019 IST

ରାଉରକେଲା ୨୩।୧୧ -  ରାଉରକେଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି ସେବା ସଙ୍ଗମ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଛନ୍ତି ବିଭିନ୍ନ କ୍ଷେତ୍ରରେ ନିରନ୍ତର ସେବା କରୁଥିବା ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ । ସେବା ଭାରତୀ ଓଡ଼ିଶା ପ୍ରାନ୍ତ ଓ ଉତ୍କଳ ବିପନ୍ନ ସହାୟତା ସମିତି ମିଳିତ ଭାବେ ସେବା ସଙ୍ଗମର ଆୟୋଜନ କରିଛନ୍ତି । ଆରଏସଏସର ଅଖିଳ ଭାରତୀୟ ସେବା ପ୍ରମୁଖ ରାଜ କୁମାର ମଟେଲଙ୍କ ସହ ବରିଷ୍ଠ ସିମାଜସେବୀ ଅଶୋକ ଜଲାନ୍‌ ଏହି ୨ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ।….

{"id":188907,"sizeSlug":"large"}

ରାଉରକେଲାରେ ପ୍ରଥମ ଥର ପାଇଁ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ସେବା ସଙ୍ଗମ । ସ୍ଥାନୀୟ ଭଞ୍ଜ ଭବନ ପଡ଼ିଆରେ ଏହି ଦୁଇ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି ଆରଏସଏସର ଅଖିଳ ଭାରତୀୟ ସେବା ପ୍ରମୁଖ ରାଜ କୁମାର ମଟେଲଙ୍କ ସହ ବରିଷ୍ଠ ସିମାଜସେବୀ ଅଶୋକ ଜଲାନ୍‌ । ନିସ୍ବାର୍ଥ ଭାବେ ସାମାଜିକ କାର୍ଯ୍ୟ କରୁଥିବା ସଂଘର ସ୍ବୟଂ ସେବକ, ସାମାଜିକ ସଂଗଠନ ତଥା ସମାଜରେ ସ୍ବାସ୍ଥ୍ୟ, ଶିକ୍ଷା, ସାମାଜିକ ସଞ୍ଜମତା ତଥା ସ୍ବାବଲମ୍ବୀ ପାଇଁ ନିରନ୍ତର ପୟାସ କରୁଥିବା ସେବାବ୍ରତୀ କାର୍ଯ୍ୟକର୍ତ୍ତାମାନଙ୍କର ଏହା ହେଉଛି ସମ୍ମିଳନୀ । ଆରଏସଏସର ଏହି ସେବା ସଙ୍ଗମରେ ଓଡ଼ିଶାର ପ୍ରାୟ ୬୦୦ କାର୍ଯ୍ୟକର୍ତ୍ତାଙ୍କ ସମେତ ବରିଷ୍ଠ ସଂଘ ସେବକ ଯୋଗ ଦେଇଛନ୍ତି ।

{"id":188904,"sizeSlug":"large"}

ବିଭିନ୍ନ କ୍ଷେତ୍ରରେ ସେବା ସହ ଜୈବିକ କୃଷି ଉପରେ ଗୁରୁତ୍ବ ଦେଇଆସିଛି ଆରଏସଏସ । ସେହିଭଳି ଆରଏସଏସ୍‌ ତାର ସେବକମାନଙ୍କ ଦ୍ବାରା ନିରନ୍ତର ସେବା କାର୍ଯ୍ୟ କରିଆସୁଛି । ରାଷ୍ଟ୍ରୀୟତାବାଦକୁ ପ୍ରାଧାନ୍ୟ ଦେଉଥିବା ଆରଏସଏସ ନୂତନ ରାଷ୍ଟ୍ର ନିର୍ମାଣର ଉଦ୍ୟମ ଜାରି ରଖିଛି । ଆଉ ଏସବୁ ସମ୍ଭବ ହୋଇପାରିଛି ପ୍ରତ୍ୟେକ ସ୍ବୟଂ ସେବକଙ୍କ ରାଷ୍ଟ୍ରୀୟ ଚିନ୍ତନ ପାଇଁ ।

୧୯୯୦ ମସିହାରରୁ ସାରା ଦେଶରେ ଆରଏସଏସର ଏଭଳି ସେବା ସଂଗମର ଆୟୋଜନ କରାଯାଉଛି । ପ୍ରତି ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ସେବା ସଙ୍ଗମରେ ସ୍ବୟଂ ସେବକମାନେ ଏକାଠି ହୋଇ ସମାଜ ତଥା ରାଷ୍ଟ୍ର ନିର୍ମାଣ ଉପରେ ଚିନ୍ତନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.