Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ବିଦ୍ୟୁତ ଚୋରି କରୁଥିଲେ ସାବଧାନ, ଏଥର ଘନ ଘନ ଚଢଉ କରିବ ସେସୁ

5/09/2019 at 5:40 PM

ଭୁବନେଶ୍ୱର ୫।୯ – ବିଦ୍ୟୁତ ଚୋରିକୁ ନିୟନ୍ତ୍ରଣ କରିବ ସେସୁ। ସେଥିପାଇଁ  ଅଭିନବ ଉପାୟ ବାହାର କରିଛି । ଘନ ଘନ ଚଢ଼ାଉ କରିବା ସହ, ଚୋରି ସମ୍ପର୍କରେ ଖବର ଦେଲେ ଖବରଦାତାଙ୍କୁ ପୁରସ୍କୃତ କରାଯିବ । ଏହାସହ ସୋସିଆଲ ସାଇଟ୍‌ରେ ଆସୁଥିବା ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟୁତ ଚୋରିରେ ରେ ୧୦ପ୍ରତିଶତ ବିଦ୍ୟୁତ କ୍ଷତି ସହୁଛି ସେସୁ। ଏହା ସହିତ ରାଜସ୍ବ ଆଦାୟ, ଇ-ପେମେଣ୍ଟ, ଗୁଣାତ୍ମକ ବିଦ୍ୟୁତ ସେବା ଉପରେ ସେସୁ ଗୁରୁତ୍ବ ଦେବେ ।

  ଏଥିପାଇଁ ସେସୁ ସ୍ବତନ୍ତ୍ର ଟିମ ଗଠନ କରିଛି । ବିଦ୍ୟୁତ ଚୋରି ସମ୍ପର୍କରେ ଯିଏ ଖବର ଦେବେ ତାଙ୍କୁ ସେସୁ ପୁରସ୍କୃତ କରିବ।  ଏପରିକି ଖବର ଅନୁସାରେ ଚଢ଼ାଉ ପରେ ଯେତିକି ଜରିମାନା ଆଦାୟ ହେବ ତାର ୧୦ ପ୍ରତିଶତ ଖବରଦାତାଙ୍କୁ ପୁରସ୍କାର ହିସାବରେ ଦିଆଯିବ। ଖବରଦାତାଙ୍କ ନାମ ମଧ୍ୟ ଗୋପନୀୟ ରଖାଯିବ। ପରଜଙ୍ଗ ଏବଂ ସାଲେପୁରରେ ଚଢ଼ାଉ ଆରମ୍ଭ ହୋଇଛି। ପରଜଙ୍ଗରେ ୪୭ ହଜାର ଟଙ୍କା ଫାଇନ୍ ପଡିଥିବା ବେଳେ ସାଲେପୁରରେ ୨୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି ସୂଚନା  ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା।

ସେସୁରେ୨୬ଲକ୍ଷ୪୬ହଜାର୪୫୬  ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ଭିତରୁ ୧ଲକ୍ଷ୯୬ହଜାର ଉପଭୋକ୍ତଙ୍କ ମିଟର ଖରାପ ରହିଥିବାବେଳେ ୧ଲକ୍ଷ୯୯ହଜାର୩୦୦ ବିଦ୍ୟୁତ ଉପଭୋକ୍ତାଙ୍କ ମିଟର ନାହିଁ।ସେସୁ ବିଦ୍ୟୁତ ବିଲ ବାବାଦରେ ୮୮୩କୋଟି ୬୨ ଲକ୍ଷ ଟଙ୍କା ବାକେୟା ଆଦାୟ କରିପାରୁନି । ଏପରିକି ସେସୁର ବିଦ୍ୟୁତ ପରିବହନ ଜନିତ ବା ଏଟିସି କ୍ଷତି ହେଉଛି ୨୦ ପ୍ରତିଶତ। ଯଦି ସେସୁ କର୍ତ୍ତୃପକ୍ଷ ୧ପ୍ରତିଶତ ଏଟିସି କ୍ଷତି କମାନ୍ତି ତାହେଲେ ୪୫କୋଟି ଟଙ୍କା ସଞ୍ଚୟ କରିପାରିବେ। ହେଲେ ଏସବୁକୁ ଅଣେଦଖା କରି ସେସୁ ଏବେ ଗ୍ରାହକଙ୍କ ଉପରେ ବୋଝ ଲଦିବାରେ ବ୍ୟସ୍ତ।

 ବିଦ୍ୟୁତଚୋରି ରେକିବା ସହ ରାଜସ୍ବ ଆଦାୟ ପାଇଁ ସ୍ବୟଂ ସାହାୟକ ଗୋଷ୍ଠୀଙ୍କୁ ଦାୟିତ୍ବ ଦେଇଛି ସେସୁ। ଏହା ସହ ଏଣିକି ରାଜସ୍ବ ଆଦାୟ, ପାଓ୍ବାରକଟ୍ ଏବଂ ଗୁଣାତ୍ମକ ବିଦ୍ୟୁତସେବା, ଇ-ପେମେଣ୍ଟ, ସୋସିଆଲ୍ ସାଇଟରେ ଅଧିକ ଫୋକସ ଦେବାକୁ ସମୀକ୍ଷା ବୈଠକରେ ସେସୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

   Related Posts