Wednesday, January 22, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଉ ମିଳିବନି ଛାଡ , ଆସନ୍ତା ମାସ ୧୫ରେ ବିଲ୍ନ ଦେଲେ ୧୬ରେ ବିଦ୍ୟୁତ୍ କାଟ୍ : ଚେତାଇଲେ ସେସୁ CEO

ଭୁବନେଶ୍ୱର ୧୦।୧୨ :  ସେସୁ ଆର୍ଥିକ ଅବସ୍ଥା ଭଲ ନାହିଁ,ତେବେ  ଆମେ ଚେଷ୍ଟା କରୁଛୁ ଭଲ ସେବା ଦେବାପାଇଁ।ହେଲେ ଉପଭୋକ୍ତା ବର୍ଷ ବର୍ଷ ଧରି ବିଜୁଳି ବିଲ୍ ପୈଠ କରୁନାହାନ୍ତି। ମଙ୍ଗଳବାର ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ଏହା କହିଛନ୍ତି ସେସୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅରୁଣ ବୋଥ୍ରା। ଉପଭୋକ୍ତାଙ୍କ ଉପରେ ୧ହଜାର ୯୭୧ କୋଟି ଟଙ୍କାର ବିଦ୍ୟୁତ ବିଲ ବକେୟା ରହିଛି। ଏଣୁ ସେମାନଙ୍କୁ ବକେୟା ପୈଠ ଲାଗି ସିଇଓ ଜାନୁୟାରୀ ୧୫ ତାରିଖ ଶେଷ ଦିନ ଧାର୍ଯ୍ୟ କରିଛନ୍ତି।


ଧାର୍ଯ୍ୟ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ ବିଲ ପୈଠ ନ ହେଲେ ତା ପରଦିନ ଅର୍ଥାତ ଜାନୁୟାରୀ ୧୬ ତାରିଖରେ ଉପଭୋକ୍ତାଙ୍କ ବିଦ୍ୟୁତ କନେକ୍ସନ କାଟି ଦିଆଯିବ ବୋଲି କହିଛନ୍ତି।   ୫୮ ହଜାର ଉପଭୋକ୍ତାଙ୍କ ଉପରେ 50 ହଜାର ଟଙ୍କାରୁ ଅଧିକ ଟଙ୍କାର ବିଦ୍ୟୁତ୍ ବିଲ ବକେୟା ପଡିଛି। ସେହିପରି ୧ଲକ୍ଷ ୪ ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ଗତ ୨ ବର୍ଷ ହେଲା ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି। ଏ ବାବଦରେ କମ୍ପାନୀର ୩୯୪ କୋଟି ଟଙ୍କା ବକେୟା ଥିବା ଥିବା ସିଇଓ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୯୨ ପ୍ରତିଶତ ଡୋମେଷ୍ଟିକ କଞ୍ଜୁମରଙ୍କ ଉପରେ କମ୍ପାନୀର ୧ ହଜାର ୨୩ କୋଟି ଟଙ୍କା ବକେୟା ପଡିଛି।  ଏଣୁ ସେମାନେ ବକେୟା ବିଦ୍ୟୁତ ବିଲ ପୈଠ ନ କଲେ ଆମେ କନେକ୍ସନ କାଟିବାକୁ ବାଧ୍ୟ ହେବୁ ବୋଲି ସେସୁ ସିଇଓ ଚେତାଇ ଦେଇଛନ୍ତି।

୧୫ ଜାନୁଆରୀ  ସୁଦ୍ଧା ବିଲ ପୈଠ  ନ କଲେ ୧୬ ତାରିଖରେ ବିଦ୍ୟୁତ କନେକ୍ସନ କଟାଯିବ।  ଏ ନେଇ ଏସ୍ ଏମ୍ ଏସ୍ ଯିବା ସହ  ଖବର କାଗଜରେ ବିଜ୍ଞାପନ ବି ପ୍ରକାଶିତ କରାଯିବ ବୋଲି ବୋଥ୍ରା କହିଛନ୍ତି। ୭.୧ ପ୍ରତିଶତ କମର୍ସିଆଲ ଉପଭୋକ୍ତାଙ୍କ ଉପରେ ୧୦୮ କୋଟି ଟଙ୍କା ବକେୟା ରହିଛି। ସେମାନେ ଚାହିଁଲେ କିସ୍ତିରେ ବି ବକେୟା ପୈଠ କରିପାରିବେ। ଏଥିପାଇଁ ସେମାନଙ୍କ ନିମନ୍ତେ ୬ଟି ଇନଷ୍ଟାଲମେଣ୍ଟ କରାଯିବ। ଏଥିପାଇଁ ସେମାନେ ଆବେଦନ ବି କରିପାରିବେ। ସେସୁ ବିତରଣ କ୍ଷେତ୍ରରେ ଏବେ ୭ ଲକ୍ଷ ଉପଭୋକ୍ତା ଥିବା ବୋଥ୍ରା କହିଛନ୍ତି।  

565 Views

   ସମ୍ବନ୍ଧିତ ଖବର


Loading...