Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ; ମନ୍ଦିର ଭିତରେ ଦାନ ଦକ୍ଷିଣା ନେଇପାରିବେନି ସେବାୟତ

22/09/2018 at 3:29 PM

ପୁରୀ ୨୨|୯: ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ବୈଠକରେ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ମନ୍ଦିର ଭିତରେ ଦାନ ଓ ଦକ୍ଷିଣା ନେଇପାରିବେନାହିଁ ସେବାୟତ । ମନ୍ଦିର ଭିତରେ ରହିବନାହିଁ କୌଣସି ଦାମ ପାତ୍ର, ଥାଳି ଓ ଗରା । ଭକ୍ତମାନେ କେବଳ ହୁଣ୍ଡିରେ ଦାନ ଦେଇପାରିବେ । ଶ୍ରୀମନ୍ଦିର ଚାରିଦ୍ବାରରେ ରହିବ ୪ଟି ହୁଣ୍ଡି । ସେବକମାନଙ୍କ ସଂଖ୍ୟା କମାଯିବ। ଯେଉଁ ସେବକମାନେ ବଞ୍ଚିତ ହେବେ ସେମାନଙ୍କ ପାଇଁ ସ୍ବତନ୍ତ୍ର କ୍ଷତି ପୂରଣ ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ସମସ୍ତ ପାର୍ଶ୍ବ ଦେବାଦେବୀ ମନ୍ଦିର ଦାୟିତ୍ବ ପ୍ରଶାସନ ହାତରେ ରହିବ। ପରବର୍ତ୍ତୀ ଶୁଣାଣି ପରେ ଏ ସମସ୍ତର କାର୍ଯ୍ୟକାରୀ କରାଯିବ । ଏସବୁକୁ ଅନୁଧ୍ୟାନ କରିବାକୁ ଆମିକସ୍ କ୍ୟୁରୀ ପ୍ରତି ୨ ମାସରେ ଶ୍ରୀମନ୍ଦିର ଆସିବେ ।
ଏହାସହ ସେବାୟତ ମାନଙ୍କୁ ପରିଚୟ ପତ୍ର ଦିଆଯିବ । ଏହଛଡା ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତ ମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ବାର ଦେଇ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଭକ୍ତ ମାନଙ୍କ ପାଇଁ ବିଶ୍ରାମ ସ୍ଥଳ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ।
ଗତକାଲି ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ପୁରୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ସାର୍ଥକ ଷଡଙ୍ଗୀ ପ୍ରମୁଖଙ୍କ ସହିତ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିଥିଲେ । ପରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟି ଆଲୋଚନା କରିଥିଲେ। ଆଜି ଗଜପତି ମହାରାଜଙ୍କୁ ଭେଟି ଶ୍ରୀମନ୍ଦିରରେ ସଂସ୍କାର ପାଇଁ ପ୍ରସଙ୍ଗ ଆଲୋଚନା କରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତି ନିଆଯାଇଛି ।

   Related Posts