ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଅଭିଯୋଗରେ ସେବାୟତ ସୋମନାଥ ଖୁଣ୍ଟିଆ ନିଲମ୍ବିତ
24/06/2019 at 1:58 PM

ଭୁବନେଶ୍ବର ୨୪|୬: ସେବାୟତ ସୋମନାଥ ଖୁଣ୍ଟିଆ ନିଲମ୍ବିତ । ସ୍ନାନଯାତ୍ରାରେ ବ୍ୟବସ୍ଥାବଳୀ ଉଲ୍ଲଂଘନ ଓ ସ୍ନାନବେଦୀରେ ବିଧାୟକଙ୍କୁ ନେଇ ଦର୍ଶନ କରାଇଥିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଜି ଏନେଇ ଅନେକ ସେବାୟତଙ୍କୁ ନୋଟିସ ଜାରି କରିଥିଲା ପ୍ରଶାସନ । ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଦିଆଯାଇଛି । ଏହାର ଜବାବ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । ସେବାୟତମାନେ ସ୍ନାନମଣ୍ଡପକୁ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀକୁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା ।