Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ତମେ ଏକା ଆସିବ, ତୁମର ହିସାବ ପତ୍ର କରିଦେବି…ସର୍ଭିସ୍ ପ୍ରୋଭାଇଡର ସଂସ୍ଥାର ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଥାନାରେ ମାମଲା

26/10/2021 at 10:40 PM

ଭୁବନେଶ୍ବର ୨୬/୧୦: ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ନାରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । କର୍ମ କ୍ଷେତ୍ରରେ ମହିଳାଙ୍କୁ ଅଶାଳୀନ ଇଙ୍ଗିତ ଓ ଦୁର୍ବ୍ୟବହାର କରିଥିବା ନେଇ ମଞ୍ଚେଶ୍ବର ଥାନାରେ ମଙ୍ଗଳବାର ଆଜି ଏଫ୍ଆଇଆର ହୋଇଛି । ଏନେଇ ଜଣେ ଯୁବତୀ ଅଭିଯୋଗ କରିଛନ୍ତି। କେୟାର ୱାର୍ଲ୍ଡ ନାମକ ଏକ ପ୍ରାଇଭେଟ୍ ସଂସ୍ଥା ବିରୁଦ୍ଧରେ ଅଭିଯୋଗ ଆସିଛି। ଏହି ସଂସ୍ଥା ବିଏମସିକୁ ସ୍ୱଚ୍ଛ ସୁପର ଭାଇଜର ଯୋଗାଇଥାଏ । ଏହି ସଂସ୍ଥାର ମାଲିକ ହେଉଛନ୍ତି ନବକିଶୋର ଚୌଧରୀ । ତାଙ୍କ ନାଁରେ ଏଫ୍ଆଇଆର ହୋଇଛି । ବର୍ଷେ ହେଲା କିପରି ତାଙ୍କୁ ହଇରାଣ ହରକତ କରିବା ସହ ଖରାପ କାମ କରିବା ପାଇଁ ବାଧ୍ୟ କରୁଥିଲେ ତାହା ଉଲ୍ଲେଖ କରିଛନ୍ତି ପୀଡ଼ିତା । ନବକିଶୋରଙ୍କ କଥାରେ ରାଜି ନହେବାରୁ ତାଙ୍କୁ ଚାକିରିରୁ ବିଦା କରିଦେବା ପାଇଁ ଧମକ ଦେଉଥିଲେ ।

ହେଲେ ଆଜି ସବୁ ସୀମା ସରହଦ ପାର କରି ୧୨ ନମ୍ବର୍ ଏମସିସିରେ କାର୍ଯ୍ୟରତ ଥିବା ବେଳେ ହାତ ଧରି ଚାକିରିରୁ ବିଦା କରିବା ପାଇଁ ଚେଷ୍ଟା କରୁଥିଲେ ନବକିଶୋର । ପୀଡ଼ିତା ପାଟି କରିବାରୁ ସାନିଟାରୀ ଇନ୍ସପେକ୍ଟର ପହଞ୍ଚିଥିଲେ । ପରେ ମଞ୍ଚେଶ୍ବର ଥାନାକୁ ଯାଇ ଏତଲା ଦେଇଛନ୍ତି ଯୁବତୀ। ବର୍ଷେ ହେଲା ଏହି କେୟାର ୱର୍ଲ୍ଡ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ବିଏମସି ନର୍ଥ ଜୋନକୁ ସ୍ୱଚ୍ଛ ସୁପର ଭାଇଜର ଯୋଗାଇ ଆସୁଛି । ବର୍ତ୍ତମାନ ପୀଡ଼ିତାଙ୍କୁ ମିଶାଇ ୯ ଜଣ ସୁପର ଭାଇଜର କାମ କରୁଛନ୍ତି । ସମସ୍ତେ ସମାନ ଅଭିଯୋଗ ଆଣିଛନ୍ତି । ଆଜି ଥାନାରେ ଏତଲା ଦିଆଯିବା ପୂର୍ବରୁ କିଛି ମାସ ତଳେ ନର୍ଥ ଜୋନ ଜେଡିଶିଙ୍କ କାର୍ଯ୍ୟାଳୟରେ ଅଭିଯୋଗ ନେଇ ବୈଠକ ବସିଥିଲା । ରାଜକିଶୋର ସମସ୍ତଙ୍କୁ ଭୁଲ ମାଗିଥିଲେ । ଜେଡିଶି ବି ତାଗିଦ୍ କରିଥିଲେ ରାଜକିଶୋରଙ୍କୁ ।

ହେଲେ ଏବେ ରାଜକିଶୋରଙ୍କ ଦୁର୍ବ୍ୟବହାର ନକମିବାରୁ ବାଧ୍ୟ ହୋଇ ଥାନାରେ ଏତଲା ଦେଇଛନ୍ତି ଜଣେ ପୀଡ଼ିତା । ତାଙ୍କ ସହ ଆଉ କିଛି ସୁପର ଭାଇଜର ଓ ସାନିଟାରୀ ଇନ୍ସପେକ୍ଟର ବି ଉପସ୍ଥିତ ଥିଲେ । କେୟାର ୱାର୍ଲ୍ଡ ସର୍ଭିସ୍ ପ୍ରୋଭାଇଡର ସଂସ୍ଥା ମାଲିକ ରାଜକିଶୋର ଚୌଧୁରୀଙ୍କୁ ଆରେଷ୍ଟ କରିବା ପାଇଁ ଦାବି କରିଛନ୍ତି । ସେପଟେ ସବୁ ଅଭିଯୋଗକୁ ମିଥ୍ୟା ବୋଲି ନିଜ ସଫେଇରେ କହିଛନ୍ତି ରାଜକିଶୋର। ପୂର୍ବରୁ ବିଏମସି ଅଧିକାରୀ ତାଗିଦ୍ କରି ନବକିଶୋରଙ୍କୁ ଛାଡି ଦେଇଥିଲେ । ସଂସ୍ଥାକୁ କଳା ତାଲିକା କରାଇ ନଥିଲେ । ତେବେ ମଞ୍ଚେଶ୍ବର ଥାନାରେ ଏତଲା ହେବା ପରେ ବିଏମସି ସଂସ୍ଥା ଏବଂ ଏହାର ମାଲିକ ବିରୋଧରେ କଣ ଆକ୍ସନ ନେଉଛି ତାହାକୁ ସମସ୍ତଙ୍କ ଅପେକ୍ଷା।

   Related Posts