Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||

ମାଲିକାଣୀଙ୍କୁ ବାନ୍ଧି ଲୁଟ୍ : କୋଟି କୋଟି ଟଙ୍କାର ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ନେଇ ଚାକର ଫେରାର

7/03/2020 at 5:10 PM

ଗୁରୁଗ୍ରାମ ୭।୩ : ଦିଲ୍ଲୀ ଗୁରୁଗ୍ରାମରେ ଜଣେ ଚାକର ଡକାୟତି ମାମଲା ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଗୁରୁଗ୍ରାମର ସେକ୍ଟର ୪୫ରେ ଜଣେ ଚାକର ନିଜ ସାଙ୍ଗମାନଙ୍କ ସହିତ ମିଶି ମାଲିକାଣୀ ଏବଂ ତାଙ୍କ ନାତିଙ୍କୁ ବନ୍ଧକ ରଖି  ନଗଦ ଟଙ୍କା, ସୁନା, ରୂପା ଏବଂ ହୀରା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ।

ଘରେ କାମ କରୁଥିବା ଚାକର ତାଙ୍କ ସାଙ୍ଗମାନଙ୍କ ସହିତ ମିଶି ପ୍ରଥମେ ରେକି କରିଥିଲେ ଏବଂ ପରେ ସୁଯୋଗ ଦେଖି ଡକାୟତି କରିଥିଲେ। ଚାକର ନିଜ ସାଙ୍ଗମାନଙ୍କ ସହିତ ପ୍ରଥମ ମାଲିକାଣୀ ଏବଂ ତାଙ୍କ ନାତିଙ୍କ ହାତ ଓ ଗୋଡକୁ ବାନ୍ଧି ଦେଇଥିଲେ  | ଏହାପରେ ସେ ଘରର ସମସ୍ତ ସାମଗ୍ରୀ ନେଇ ପଳାଇ ଯାଇଥିଲେ।

ପ୍ରାୟ ଏକ ଘଣ୍ଟା ପରେ ବୃଦ୍ଧ ମହିଳା କୌଣସି ପ୍ରକାରରେ ହାତ ଓ ଗୋଡ ଖୋଲି ନିଜକୁ ମୁକ୍ତ କରିଥିଲେ । ଏହାପରେ ବୃଦ୍ଧ ମହିଳା ନାତିଙ୍କର ହାତ ଓ ଗୋଡ ଖୋଲି ଘଟଣା ସଂପର୍କରେ ତାଙ୍କ ସ୍ବାମୀ ଏବଂ ପୋଲିସକୁ ଜଣାଇଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଘରେ ଲଗାଯାଇଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା । ପରେ ଜାଣିବାକୁ ପାଇଥିଲା ଯେ, ସିସିଟିଭି କ୍ୟାମେରାର DVR ନଥିଲା । ଡକାୟତମାନେ ଘଟଣା ପରେ ସିସିଟିଭି DVR ସାଙ୍ଗରେ ନେଇଯାଇଥିଲେ।

ପୋଲିସ ରାସ୍ତାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ଯାଞ୍ଚ କରିଥିଲା । ଚାକରଙ୍କ ସମେତ ଚାରିଜଣଙ୍କୁ ହାତରେ ବ୍ୟାଗ ନେଇ ପଳାଇଯାଉଥିବାର ଦେଖିଥିଲା । ତାଙ୍କ ହାତରେ ବ୍ୟାଗ ସହ ଘରେ ସମସ୍ତ ସାମଗ୍ରୀ ଥିଲା |

   Related Posts