ମାଲିକାଣୀଙ୍କୁ ପିଇବା ପାଣିରେ ୟୁରିନ୍ ମିଶାଇ ଦେଉଥିଲା, ଚାକର ଗିରଫ

Published By : Prameya-News7 Bureau | May 21, 2019 IST

ଇଣ୍ଡୋନେସିଆରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନ୍ୟୁ ଟେରିଟରିଜର ଏକ ଆପାର୍ଟମେଣ୍ଟରୁ ଜଣେ ଚାକରକୁ ଗିରଫ କରାଯାଇଛି । ଚାକର ମାଲିକାଣୀଙ୍କ ପିଇବା ପାଣିରେ ୟୁରିନ୍ ମିଶାଇ ଦେଉଥିଲା । ଅଭିଯୁକ୍ତ ୟାଉଁ ହଙ୍ଗ ହାଉସର ଏକ ଆପାର୍ଟମେଣ୍ଟରେ ଘରୁଆ କାମ କରୁଥିଲା ।

{"id":114318}

ପାଣି ପିଇ ମହିଳାଙ୍କ ଦେହ ଖରାପ ହୋଇଯାଇଥିଲା । ମାଲିକାଣୀ ଦିନେ ଅନୁମାନ କରିଥିଲେ ତାଙ୍କ ପିଇବା ପାଣିର ରଙ୍ଗ ଅଲଗା ଦେଖାଯାଉଛି । ସେ ଚାକର ଉପରେ ସନ୍ଦେହ କରିଥିଲେ । ସେ ପାଣିକୁ ସୁଂଘି ଥିଲେ । ପାଣିରୁ ୟୁରିନ୍ ଗନ୍ଧ ହେଉଥିଲା । ମହିଳାଙ୍କ ସ୍ୱାମୀ ପୋଲିସକୁ ଡାକିଥିଲେ । ପୋଲିସ ଚାକରକୁ ଗିରଫ କରିଛି ।

{"id":114317}

ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଚାକର ଜାଣିଶୁଣି ପାଣିକୁ ବିଷାକ୍ତ କରୁଥିଲା । ମହିଳାଙ୍କ ବୟସ ୩୧ ବର୍ଷ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ପଠାଯାଇଥିଲା ।

{"id":114319,"align":"center","width":578,"height":384}

ଆଇନ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ଖାଇବା ପିଇବାରେ ବିଷାକ୍ତ ପଦାର୍ଥ ମିଶାଇବା ଅପରାଧ । ଏହି ଅପରାଧ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ୍ ଦଣ୍ଡ ରହିଛି ।

{"id":114320}

ପୁର୍ବରୁ ମଧ୍ୟ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି । ଜଣେ ୨୬ ବର୍ଷ ବୟସ୍କା ଚାକରାଣୀ ୪ ବର୍ଷର ଶିଶୁକୁ ଟଇଲେଟ ପାଣି ପିଆଉଥିବା ଅପରାଧରେ ୯ ମାସ ସଜା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.