ଦୁଇ କମ୍ପାନି ସହ ଚୁକ୍ତି କଲା ସେରମ ଇନଷ୍ଟିଚ୍ୟୁଟ୍, କରୋନା ରୋଗୀଙ୍କ ପାଇଁ ବିକଶିତ କରିବ ମୋନୋକ୍ଲୋନଲ ଆଣ୍ଟିବଡି

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଗୁରୁବାର କହିଛି କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଜର୍ମାନୀର ପ୍ରତିଷ୍ଠିତ କମ୍ପାନୀ Merck KGaA ଓ IAVI ସହ ଚୁକ୍ତି କରିଛି। ଏଇ ତିନି ପକ୍ଷରୁ କୁହାଯାଇଛି ସାର୍ସ-କୋଭ-୨କୁ ବିକଶିତ କରିବା ପ୍ରସ୍ତୁତି ଚାଲିଛି ଯାହା ନିଷ୍କ୍ରିୟ କରାଯାଉଥିବା ମୋନୋକ୍ଲୋନଲ ଆଣ୍ଟିବଡ଼ି (mAbs) । ଏହା ଦ୍ବାରା ଭାଇରସରେ ସଂକ୍ରମିତ ଲୋକଙ୍କୁ ସୁସ୍ଥ ରଖାଯାଇପାରିବ।

ମୋନୋକ୍ଲୋନଲ ଆଣ୍ଟବଡି ରୋଗ ସହ ଲଢ଼େଇ ପାଇଁ ଡ୍ରଗ ନାଚୁରାଲ ଇମ୍ୟୁନ ସିଷ୍ଟମକୁ ଅଧିକ ସକ୍ଷମ କରିଥାଏ। ମୋନୋକ୍ଲୋନଲ ଆଣ୍ଟିବଡ଼ି ଡ୍ରଗକୁ ଆଣ୍ଟିବଡ଼ିର ସବସିଚ୍ୟୁଟ ଭଳି ଦିଆଯିବ ଯଦ୍ଦ୍ବାରା ଶରୀରର ଇମ୍ୟୁନ ସିଷ୍ଟମ ଠିକ ଓ ପୂର୍ବରୁ ଅଧିକ ଉନ୍ନତ କରାଯାଇପାରିବ। ଏହି ତିନି ସଂଗଠନ କହିଛନ୍ତି ଏହାକୁ ସେମାନେ ପୂରା ଦୁନିଆରେ ପହଞ୍ଚାଇବାକୁ ଚାହୁଁଛନ୍ତି। ବିଶେଷକରି ମଧ୍ୟ ଓ ନିମ୍ନ ଆୟଯୁକ୍ତ ଦେଶ ପର୍ଯ୍ୟନ୍ତ। ଯେଉଁଠି ଚିକିତ୍ସା ଲୋକଙ୍କ ପାଇଁ ବହୁ ଅପହଞ୍ଚ।

ଏହି ଆଣ୍ଟବଡ଼ିର ସନ୍ଧାନ ଏହାର ଠିକ୍ ବ୍ୟବହାର ପାଇଁ କରାଯାଇଛି। ଯେଉଁଥିରେ IAVI ଓ ସ୍କ୍ରିପ୍ସ ରିସର୍ଚର ବିଶେଷଜ୍ଞତା ଅଛି। ଏହି ବିଶେଷଜ୍ଞ ଏଚଆଇଭିକୁ ନିଷ୍କ୍ରିୟ କରିଥିବା ରିସର୍ଚରେ ବହୁ ବର୍ଷ ଅନୁଭବ ଫଳସ୍ବରୂପ ହାସିଲ କରିଛନ୍ତି। ମର୍କ ଓ ସେରମ ଇନଷ୍ଟିଚ୍ୟୁଟର ଲକ୍ଷ୍ୟ ମୋନୋକ୍ଲୋନଲ ଆଣ୍ଟିବଡ଼ି ଡ୍ରଗକୁ ବଡ଼ ସ୍ତରରେ ଓ ଦ୍ରୁତ ଭାବେ ଉତ୍ପାଦନ କରିବା । ଗ୍ରୁପ ଅନୁସାରେ ଶସ୍ତା ମୂଲ୍ୟରେ ଔଷଧକୁ ବିକଶିତ କରିବା ମାମଲାରେ ସେରମ ଇନଷ୍ଟିଚ୍ୟୁଟର ୫୦ ବର୍ଷରୁ ଅଧିକ ଟ୍ରାକ ରେକର୍ଡ ରହିଛି ଓ ଏହା ଦୁନିଆର ଭାକସିନ ଉତ୍ପାଦନର ସବୁଠୁ ବଡ଼ ଉତ୍ପାଦକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.