Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା- ସେରମ ଇନଷ୍ଟିଚ୍ୟୁଟ୍

18/10/2020 at 9:00 AM

ମୁମ୍ବାଇ ୧୮/୧୦: କରୋନା ଟିକାକୁ ନେଇ ଆଶ୍ବସ୍ତିକର ଖବର ଆଣିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ।କରୋନା ଟିକା ପ୍ରସ୍ତୁତି ଦିଗରେସେରମ ଇନଷ୍ଟିଚ୍ୟୁଟ୍ର କାମ ଜାରି ରହିଛି। ଭାକସିନ୍ କେବେ ଉପଲବ୍ଧ ହେବ ସମସ୍ତଙ୍କ ମନରେ ଏଇ ପ୍ରଶ୍ନ ଥିବା ବେଳେ  ମାର୍ଚ ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବା ନେଇ କହିଛି କମ୍ପାନି।

ଯଦି ସବୁକିଛି ଠିକ୍ ରହେ ତାହେଲେ ମାର୍ଚରୁ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି କହିଛି କମ୍ପାନି। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆରେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର କରୋନା ଟିକା ଟ୍ରାଏଲ ଚାଲିଛି। କମ୍ପାନିର କାର୍ଯ୍ୟକାରୀ ନିର୍ଦେଶକ ଡାକ୍ତର ସୁରେଣ ଜାଦବ କହିଛନ୍ତି ରେଗୁଲେଟର ଜଲଦି ମଞ୍ଜୁରୀ ପ୍ରଦାନ କଲେ ଭାରତରେ ମାର୍ଚ ସୁଦ୍ଧା କୋଭିଡ ଟିକା ଉପଲବ୍ଧ ହୋଇପାରେ।

ଜାଦବଙ୍କ ଅନୁସାରେ କୋଭିଡ ଟିକା ନିର୍ମାଣ ଦିଗରେ ଦ୍ରୁତ ଭାବେ କାମ ଚାଲିଛି। ଦେଶରେ ଭାକସିନ ନିର୍ମାଣରେ ଦୁଇଟି କମ୍ପାନି ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ କରିଛନ୍ତି ଓ ଅନ୍ୟ ଗୋଟିଏ ଦ୍ବିତୀୟ ପର୍ଯ୍ୟାୟରେ ରହିଛି। ଏହା ବାଦ୍ ଭାକସିନ୍ ଉପ​‌ରେ ମଧ୍ୟ କାମ ଜାରି ରହିଛି।

   Related Posts