୫ଟି କରୋନା ଟିକାର ୧୦୦ କୋଟି ଡୋଜ ପ୍ରସ୍ତୁତ କରୁଛି ସେରମ ଇନଷ୍ଟିଚ୍ୟୁଟ୍

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: ଭାରତରେ କରେନା ଭାଇରସ ଟିକାର ଗୋଟିଏ କି ଦିଇଟା ନୁହେଁ, ଅଧା ଡର୍ଜନ ଟିକା ଉପଲବ୍ଧ ହୋଇପାରେ। ସରକାର ଦେଶରେ ବିକଶିତ ହେଉଥିବା ତିନିଟି ଟିକା ଉପରେ ଆଶାବାନ୍ଧି ବସିଥିବା ବେଳେ ଘରୋଇ କମ୍ପାନି ବିଦେଶୀ ଫାର୍ମା କମ୍ପାନିମାନଙ୍କ ସହ ଡିଲ କରୁଛନ୍ତି। ବିଶ୍ବର ସବୁଠୁ ବଡ଼ ଭାକସିନ ନିର୍ମାତା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଞ୍ଚଟି ଭିନ୍ନ ଭିନ୍ନ କରୋନା ଭାକସିନର ଡୋଜ ପ୍ରସ୍ତୁତ କରୁଛି। କମ୍ପାନିର ଦାବି ଯେ ପାଞ୍ଚଟି ଭାକସିନ Covishield, Covovax, COVIVAXX, COVI-VAC ଓ SII COVAX ର ୧୦୦ କୋଟି ଡୋଜ ୨୦୨୧-୨୨ ପୂର୍ବରୁ ପ୍ରସ୍ତୁତ କରି ନେବ। ଆସନ୍ତାବର୍ଷ କମ୍ପାନି କରୋନା ଟିକା ଲଞ୍ଚ କରିବା ଯୋଜନା କରିଛି। ଅନ୍ୟପଟେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରୀ ମିଳିଛି। ଏହା ବ୍ୟତୀତ ରୁଷ ଭାକସିନ ସ୍ପୁଟନିକ ଭିକୁ ଭାରତରେ ୧୦୦ ଲୋକଙ୍କ ଉପରେ ଟ୍ରାଏଲ ଆରମ୍ଭ ହେବାକୁ ଯାଉଛି।

ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅଦାର ପୁନାଓ୍ବାଲାଙ୍କ ଅନୁସାରେ କମ୍ପାନି ସର୍ବପ୍ରଥମେ ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଭାକସିନ କୋଭିଡସିଲ୍ଡ ଲଞ୍ଚ କରିବା ପ୍ରସ୍ତୁତିରେ ଲାଗିଛି। ଏହାକୁ ପ୍ରାୟ ୧୬ ଶହ ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଚାଲିଛି। ସେ କହିଛନ୍ତି ଏବେ ପ୍ରତି ମାସରେ ୨ରୁ ତିନି କୋଟି ଡୋଜ ପ୍ରସ୍ତୁତ କରୁଛନ୍ତି। ପୁଣି ଏହା ୭ରୁ ୮ କୋଟିକୁ ବଢ଼ିପାରେ।

ଏବେ କମ୍ ଭାକସିନ ଏଥିପାଇଁ ତିଆରି କରାଯାଉଛି କାରଣ ସେସବୁର ସେଲଫ ଲାଇଫ କମ୍ ହୋଇଥାଏ। ଭାକସିନ ଆପ୍ରୁଭଲ ପାଇଁ ଏବେ ଦୁଇ ମାସ ସମୟ ଲାଗିପାରେ । ସେଥିପାଇଁ ଟିକା ନଷ୍ଟ ହେବାର ଭୟ ଥିବା ନାଦାର କହିଛନ୍ତି। ନୋଭାଭାକ୍ସ ସେରମ ଇନଷ୍ଟିଚ୍ୟୁଟ ସହ ମିଶି ୨୦୨୧ରେ ୧୦୦ କୋଟି ଡୋଜ ତିଆରି କରିବା ଡିଲ କରିଛି। ଏହା ବାଦ୍ କୋଭାକ୍ସ ଡୋଜ ମଧ୍ୟ ପ୍ରସ୍ତୁତ କରୁଛି। ଏହା ସହ ଅନ୍ୟ ଦୁଇଟି ଟିକା COVI-VAC ଓ COVIVAXX ଡୋଜ ମଧ୍ୟ ତିଆରି କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.