ଇଣ୍ଟ୍ରାନାସାଲ୍ ଟିକା ପରୀକ୍ଷଣ ପାଇଁ ସିରମ୍ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ମଞ୍ଜୁରୀ: ନାକରେ ଦିଆଯିବ ଟିକା

Published By : Prameya-News7 Bureau | October 20, 2020 IST

ପୁନେ ୨୦/୧୦ : ଦୁନିଆରେ କରୋନା ଭାଇରସ ଯୋଗୁଁ ପାଖାପାଖି ୪ କୋଟି ଲୋକ ସଂକ୍ରମିତ ହୋଇଛନ୍ତି। ମହାମାରୀ ଏବେ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। କରୋନା ଯୋଗୁଁ ସବୁଠାରୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଛି। ସଂକ୍ରମଣ ରୋକିବାକୁ ସବୁ ଦେଶ ଲଗାତାର ପ୍ରୟାସ କରୁଛନ୍ତି। ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ କରୋନା ନିୟନ୍ତ୍ରଣ ପାଇଁ ଇଣ୍ଟ୍ରାନାସାଲ୍ ଟିକା ତିଆରି କରାଯାଇପାରିବ। ଏହାର ପରୀକ୍ଷଣ ଭାରତରେ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି।

ଖବର ଅନୁସାରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ, ଏହି ଟିକା ପରୀକ୍ଷଣ ସିରମ୍ ଇନଷ୍ଟିଚ୍ୟୁଟ୍ ଓ ଇଣ୍ଡିଆ ଓ ଭାରତ ବାୟୋଟେକ୍ କରିପାରିବେ। ବର୍ତ୍ତମାନ ଭାରତରେ କୌଣସି ସ୍ଥାନରେ ନାସାଲ୍ ଟିକା ଉପରେ କୌଣସି ପରୀକ୍ଷଣ ହୋଇନାହିଁ। ଏହି ଟିକାକୁ ନାକ ଜରିଆରେ ସଂକ୍ରମିତଙ୍କୁ ଦିଆଯିବ।

{"id":347656,"sizeSlug":"large"}

ଡ.ହର୍ଷବର୍ଦ୍ଧନଙ୍କ ଅନୁସାରେ, ନାସାଲ ଟିକା ତିଆରି କରିବାକୁ ଭାରତ ବାୟୋଟେକ୍ ୱାସିଂଟନ୍ ୟୁନିଭର୍ସିଟିର ସ୍କୁଲ୍ ଅଫ୍ ମେଡ଼ିସିନ୍ ଓ ସେଣ୍ଟ୍ ଲୁଇସ୍ ୟୁନିଭର୍ସିଟି ସହ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁସାରେ ଦେଶରେ Sars-CoV-2 ପାଇଁ ଇଣ୍ଟ୍ରାନାସାଲ୍ ଟିକା ପରୀକ୍ଷଣ ସହ ଉତ୍ପାଦନ ଓ ବିକ୍ରି ମଧ୍ୟ ହୋଇପାରିବ।

ସୂଚନାଯୋଗ୍ୟ ଯେ, କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନା ଟିକା ଆସିବାକୁ ୨୦୨୨ ହୋଇଯାଇପାରେ। ଅପରପକ୍ଷରେ ଭାରତରେ ଋଷ ଭ୍ୟାକସିନ Sputnik V ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତ ଡାକ୍ତର ରେଡ୍ଡିସ୍ ଲ୍ୟାବ୍ ଏବଂ ଋଷିୟନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡକୁ ମଧ୍ୟ ମଞ୍ଜୁରୀ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.