Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଟୀକା ଆସିଲେ ବି କାବୁ ହେବନି କରୋନା, ୨୦ ବର୍ଷ ଯାଏ ରହିବ ପ୍ରକୋପ: ତଥ୍ୟ ରଖି ଦାବି କଲେ ସେରମ ଇନଷ୍ଟିଚ୍ୟୁଟ୍

23/10/2020 at 3:11 PM

ନୂଆଦିଲ୍ଲୀ ୨୩।୧୦: ସମଗ୍ର ଦୁନିଆରେ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନାହିଁ। ପୂରା ବିଶ୍ଵ ଏହି ମହାମାରୀ ସହ ସଂଘର୍ଷ କରୁଛି। ଅନେକ ଦେଶ ଭ୍ୟାକସିନ ପ୍ରସ୍ତୁତିରେ ଲାଗି ପଡିଛି। ଓ୍ଵେବ୍‌ସାଇଟ୍ businesstoday.inର ଖବର ଅନୁଯାୟୀ ଦୁନିଆର ସବୁଠୁ ବଡ ଟୀକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ର ସିଇଓ ଅଦର ପୁନାଓ୍ଵାଲାଙ୍କ ଅନୁଯାୟୀ ଦୁନିଆରେ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ କରୋନା ସଂକ୍ରମଣ ରହିପାରେ ଏବଂ ସେ ପର୍ଯ୍ୟନ୍ତ କୋଭିଡ୍-୧୯ ଟିକାର ଆବଶ୍ୟକତା ଜାରି ରହିଥିବ। ଟୀକା ଆସିଲେ ବି ଦୀର୍ଘ ବର୍ଷ ପର୍ଯ୍ୟନ୍ତ କରୋନାର ପ୍ରକୋପ ଜାରି ରହିବ।

ସିଇଓ ଅଦର ପୁନାଓ୍ଵାଲା କହିଛନ୍ତି ଇତିହାସରେ କେବେ ମଧ୍ୟ ଏହା ଦେଖିବାକୁ ମିଳିନାହିଁ ଯେ, କୌଣସି ଟୀକାର ଆବଶ୍ୟକତା ଥରେ ପଡିଥାଏ। ସେ କହିଛନ୍ତି ଫ୍ଲୁ, ନିମୋନିଆ, ମିଳିମିଳା ଓ ପୋଲିଓର ଟୀକା କେତେ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଜରୁରୀ ହୋଇ ପଡିଥିଲା। ସେଥି ମଧ୍ୟରୁ ଗୋଟିଏ  ହେଲେ ଟୀକା ବର୍ତ୍ତମାନ ମଧ୍ୟ ବନ୍ଦ ହୋଇ ନାହିଁ। ଯଦି ଜନସଂଖ୍ୟାର ୧୦୦ ପ୍ରତିଶତ ଟୀକାକାରଣ କରାଯାଏ ତେବେ ମଧ୍ୟ କୋଭିଡ୍-୧୯ ଟୀକାର ଆବଶ୍ୟକତା ସରିବ ନାହିଁ।

ସେ କହିଛନ୍ତି ଟୀକା କୌଣସି ଠୋସ୍ ବିଜ୍ଞାନ ନୁହେଁ। ଏହା କେବଳ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଆପଣଙ୍କୁ ବଞ୍ଚାଇଥାଏ। ଏହା ରୋଗର ପ୍ରଭାବକୁ  କମ କରିଥାଏ। ମାତ୍ର ସଂକ୍ରମଣରୁ ୧୦୦ ପ୍ରତିଶତ ବଞ୍ଚାଇନଥାଏ। ଯଦି ୧୦୦ ପ୍ରତିଶତ ଲୋକଙ୍କୁ ଟୀକାକରଣ କରାଯାଏ ତେବେ ମଧ୍ୟ ଭବିଷ୍ୟତରେ ଟୀକାର ଆବଶ୍ୟକତା ରହିବ।

ଉଲ୍ଲେଖନୀୟ, ଭାରତରେ ଗତ ୨୪ ଘଣ୍ଟାରେ ୫୪,୩୬୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୭୭, ୬୧, ୩୧୨ରେ ପହଞ୍ଚିଛି। ଏହା ବ୍ୟତୀତ ଆଉ ୬୯୦ ଜଣଙ୍କ ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧, ୧୭, ୩୦୬କୁ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ୭୩, ୯୭୯ ରୋଗୀ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୬୯, ୪୮, ୪୯୭ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ମୋଟ୍ ସକ୍ରିୟ ସଂଖ୍ୟା ୬, ୯୫, ୫୦୯ରେ ପହଞ୍ଚିଛି। ଦେଶରେ ମୃତ୍ୟୁହାର କ୍ରମାଗତ ହ୍ରାସ ପାଇ ଚାଲିଛି। ମୃତ୍ୟୁହାର ୧.୫୧ ପ୍ରତିଶତକୁ ଖସିଛି।

   Related Posts