କୋଭିଡ ଭାକ୍ସିନ Covi shieldକୁ ନେଇ ସିରମ ଇନିଷ୍ଟିଚ୍ୟୁଟ୍ ମୁଖ୍ୟଙ୍କ tweet, ଟିକା ୯୦% ପର୍ଯ୍ୟନ୍ତ ସଫଳ

Published By : Prameya-News7 Bureau | November 23, 2020 IST

ପୁଣେ ୨୩।୧୧: ଦେଶରେ କରୋନା ଟିକାକୁ ନେଇ ଭଲ ଖବର ଆସୁଛି। ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦାର ପୁନାୱାଲା ଭାକ୍ସିନକୁ ନେଇ ସୂଚନା ଦେଇଛନ୍ତି। ପରୀକ୍ଷଣରେ କୋଭିସିଲ୍ଡ ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ସଫଳ ବୋଲି ଜଣାଇଛନ୍ତି।  ଅଦାର ପୁନାୱାଲା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି।

wp:html /wp:html

ଟ୍ୱିଟ୍‌ ହ୍ୟାଣ୍ଡଲରେ ସେ ଲେଖିଛନ୍ତି ଯେ କୋଭିସିଲ୍ଡ (ଅକ୍ସଫର୍ଡ/ଆଷ୍ଚ୍ରାଜେନିକା ଭାକ୍ସିନ) ଖୁବ୍ ଶୀଘ୍ର ଦେଶରେ ବ୍ୟାପକ ଉପଲବ୍ଧ ହେବ। ସ୍ୱଳ୍ପ ନିବେଶ, ଯୁକ୍ତିଯୁକ୍ତ ପରିଚାଳନା ଯୋଗ୍ୟ  ଏହି ଟିକା ପ୍ରଥମ ଡୋଜ୍‌ରେ ୯୦ ପ୍ରତିଶତ ସଫଳ ରହୁଥିବା ବେଳେ ଦ୍ୱିତୀୟ ତଥା ପୂର୍ଣ୍ଣ ଡୋଜ୍‌ରେ ଆଉ ୬୨ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇ ପାରୁଛି। ଏହା ଶୁଣି ମୁଁ ଅତ୍ୟନ୍ତ ଖୁସି ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନା ଦେଇଛନ୍ତି ଅକ୍ସଫର୍ଡ
ବ୍ରିଟେନ ଅକ୍ସଫର୍ଡ ୟୁନିଭର୍ସିଟି ଟ୍ୱିଟ୍‌ କରି କହିଛନ୍ତି ଯେ ୟୁକେ ଓ ବ୍ରାଜିଲରେ କରାଯାଇଥିବା ପରୀକ୍ଷଣରେ ଭାକ୍ସିନ (ଏଜେଡଡି୧୨୨୨) ଖୁବ୍ ପ୍ରଭାବୀ ହେଉଥିବା ଦେଖାଯାଇଛି। ଅଧା ଡୋଜ (ପ୍ରଥମ ଖୋରକ୍)ରେ ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇ ଦେଉଛି। ପ୍ରଥମ ଖୋରାକର ପରବର୍ତ୍ତି ମାସରେ ଦ୍ୱିତୀୟ ତଥା ପୂର୍ଣ୍ଣ ଡୋଜ୍‌ ଦିଆଗଲେ ୬୨ ପ୍ରତିଶତ ପ୍ରଭାବି ହେଉଛି। ଏହାର ଏକ ମାସ ପରେ ଦୁଇଟି ପୂର୍ଣ୍ଣ ଡୋଜ୍‌ରେ ୭୦ ପ୍ରତିଶତ ପ୍ରଭାବ ଦେଖାଉଛି। ଭାରତରେ ଏହି ଭେକ୍ସିନକୁ ପୁଣେସ୍ଥିତ ସିରମ ଇନିଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ପ୍ରସ୍ତୁତ କରୁଛନ୍ତି।

wp:html /wp:html

ଦେଶରେ ଆଗାମୀ ବର୍ଷ ମିଳିବ ଭାକ୍ସିନ
ତେବେ କରୋନା ମୁକାବିଲା ଲାଗି ଥିବା ଚିକିତ୍ସକୀୟ ସମସ୍ୟା ଏବେ ଦୂର ହୋଇଯାଇଛି। ଭାକ୍ସିନ ଉତ୍ପାଦନ ସହ ଦେଶର ବିଭିନ୍ନ ଭାଗରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଦେଶରୁ କରୋନା ହଟିବ। ତେବେ ଚଳିତବର୍ଷ କିନ୍ତୁ ଭେକ୍ସିନ ମିଳି ନପାରେ। ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଟିକା ଆସନ୍ତାବର୍ଷ ଆରମ୍ଭ ବେଳକୁ ଦେଶରେ ଟିକା ମିଳୁଥିବା ବୋଲି କହିଛନ୍ତି। ବର୍ଷ ଆରମ୍ଭର ପ୍ରଥମ ୩ ମାସରେ ଟିକା ମିଳିଯିବାର ପୂର୍ଣ୍ଣ ସମ୍ଭାବନା ଥିବା ସେ କହିଛନ୍ତି। ଯଦି ସେହି ଅନୁସାରେ ସବୁ ଠିକଠାକ୍ ଚାଲେ ସେପ୍ଟେମ୍ବର ୨୦୨୧ ସୁଦ୍ଧା ୨୫ରୁ ୩୦ କୋଟି ଭାରତୀୟ ଟିକା ନେଇସାରିଥିବେ।

{"id":366425,"width":579,"height":386,"sizeSlug":"large"}

ଚୂଡ଼ାନ୍ତ ପୀକ୍ଷଣରେ ସ୍ୱଦେଶୀ ଟିକା
କରୋନା ଲାଗି ବିଭିନ୍ନ ବିଦେଶୀ ସଂସ୍ଥାଙ୍କ ଗବେଷଣା ଲବ୍ଧ ଟିକା ଏବେ ପ୍ରସ୍ତୁତି ପର୍ଯ୍ୟାୟକୁ ପହଞ୍ଚିସାରିଲେଣି। ଏଥିରେ ଭାରତର ସ୍ୱଦେଶୀ ଟିକା ମଧ୍ୟ ପଛରେ ନାହିଁ। ଭାରତରେ କରୋନା ଭାକ୍ସିନ ଲାଗି ଗବେଷଣା କରୁଥିବା ସଂସ୍ଥାଙ୍କ ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ସରିଛି। ପ୍ରାୟ ୨୮ ହଜାରରୁ ଅଧିକ ଭଲେଣ୍ଟିୟର କରୋନା ଭେକ୍ସିନର ପ୍ରଥମ ଡୋଜ୍ ନେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.