Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତୀୟଙ୍କୁ ଭ୍ୟାକସିନ ଦେବା ପାଇଁ ଦରକାର ୮୦ ହଜାର କୋଟି, ସରକାରଙ୍କ ପାଖରେ ଏତେ ଅର୍ଥ ଅଛି କି ?

26/09/2020 at 6:53 PM

ନୂଆଦିଲ୍ଲୀ ୨୬।୦୮: ପୁଣେ ସ୍ଥିତ ଭ୍ୟାକସିନ ନିର୍ମାତକାରୀ ଦୁନିଆର ସବୁଠୁ ବଡ କମ୍ପାନୀ ସିରମ ଇନଷ୍ଟିଚ୍ୟୁୟଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାଓ୍ଵାଲା କହିଛନ୍ତି ସମସ୍ତ ଭାରତୀୟଙ୍କୁ କରୋନା ଟୀକା ଦେବା ପାଇଁ ୮୦ ହଜାର  କୋଟି ଟଙ୍କା ଆବଶ୍ୟକ ପଡିବ। ସେ ଶନିବାର ଟ୍ଵିଟ୍ କରିଛନ୍ତି କରୋନା ଭ୍ୟାକସିନ କିଣିବା ଓ ଭାରତୀୟଙ୍କୁ ଦେବା ଲାଗି ଗୋଟିଏ ବର୍ଷରେ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ସେ ଭାରତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ଆଗାମୀ ଗୋଟିଏ ବର୍ଷ ପାଇଁ ସରକାରଙ୍କ ପାଖରେ ଭ୍ୟାକସିନ ପାଇଁ ଏତେ ଅର୍ଥ ଅଛି କି ? ସିରମ ଇନଷ୍ଟିଚ୍ୟୁୟଟ କୋଭିଡ୍-୧୯ର ଭ୍ୟାକସିନ ତିଆରି ପାଇଁ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ସହିତ ଭାଗିଦାରୀ କରିଛି।

ଅଦର ପୁନାଓ୍ଵାଲା ପିଏମଓ ଇଣ୍ଡିଆକୁ ଟ୍ୟାଗ୍ କରି ଟ୍ଵିଟ୍ କରିଛନ୍ତି, କଣ ଭାରତ ସରକାରଙ୍କ ନିକଟରେ ଆଗାମୀ ଗୋଟିଏ ବର୍ଷ ପାଇଁ ଭ୍ୟାକସିନ କିଣିବାକୁ ୮୦ ହଜାର କୋଟି ଟଙ୍କା ରହିଛି ? କାରଣ ଭ୍ୟାକସିନ କିଣିବା ଓ ପ୍ରତି ଭାରତୀୟଙ୍କ ନିକଟରେ ପହଞ୍ଚାଇବା ପାଇଁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି ପରିମାଣର ଅର୍ଥରାଶି ଦରକାର। ଆମ ପାଖରେ ଏବେ ଏହା ହେଉଛି ଆଉ ଏକ ବଡ ଆହ୍ଵାନ।

ଆଉ ଏକ ଟ୍ଵିଟ୍‌ରେ ପୁନାଓ୍ଵାଲା କହିଛନ୍ତି ମୁଁ ଏହି ପ୍ରଶ୍ନ ଏଥିପାଇଁ ଉଠାଇଛି କାରଣ ଆମକୁ ଭାରତ ଏବଂ ଦୁନିଆରେ ଭ୍ୟାକସିନ ନିର୍ମାତାକୁ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଛି। ଆଦର ପୁନାଓ୍ଵାଲା କିଛି ଦିନ ପୂର୍ବେ କହିଥିଲେ ଯେ ଦୁନିଆରେ ସମସ୍ତଙ୍କ ପାଇଁ କରୋନା ଭ୍ୟାକସିନ ଉପଲବ୍ଧ ହେବାରେ ଅତି କମରେ ୨୦୨୪ ଶେଷ ପର୍ଯ୍ୟନ୍ତ ସମୟ ଲାଗିଯିବ।

   Related Posts