ଭାରତରେ ସ୍ଫୁଟନିକ୍-ଭି ଭ୍ୟାକସିନ ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ , ଅନୁମତି ପାଇଁ DCGIକୁ ଆବେଦନ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩/ ୦୬ : ଭାରତରେ ରୁଷ ଭାକ୍ସିନ ସ୍ଫୁଟନିକ୍‌ -ଭି ତିଆରି କରିପାରେ ସେରମ୍ ଇନ୍ ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇକୁ ଅନୁମତି ମାଗିଛି ସେରମ । କୋଭିଡ ଭାକ୍ସିନ କୋଭିଶିଲ୍ଡ ତିଆରି କରିଥିବା ସେରମ ଇନ୍ ଷ୍ଟିଚ୍ୟୁଟ ଏହାର ପରୀକ୍ଷଣ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ତେବେ ଭାରତରେ ବର୍ତ୍ତମାନ ଡକ୍ଟର ରେଡିଜ୍ ଲାବୋରେଟାରି ଦ୍ୱାରା ସ୍ଫୁଟନିକ୍ ଭି ଭାକ୍ସିନ ନିର୍ମାଣ କରାଯାଉଛି।

ଏହା ସହିତ ସ୍ଫୁଟନିକ୍-ଭି ଭ୍ୟାକସିନର ଟେଷ୍ଟ ଆନାଲିସିସ୍‌ ଏବଂ ପରୀକ୍ଷଣ ପାଇଁ ମଧ୍ୟ ଡିସିଜିଆଇ ନିକଟରେ ଆବେଦନ କରିଛି ସେରମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ । ତେବେ ଯଦି ସେରମକୁ ସ୍ଫୁଟନିକ-ଭି ଭ୍ୟାକସିନ ତିଆରି କରିବା ପାଇଁ ଅନୁମତି ମିଳେ ତେବେ ଏହା ୬ଷ୍ଠ କମ୍ପାନୀ ହେବ ।ଏହା ପୂର୍ବରୁ ୫ଟି କମ୍ପାନୀ ଏହି ଭ୍ୟାକସିନ ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି ।
ଭାରତର ଡକ୍ଟର ରେଡିଜ୍‌ ଲାବୋରେଟାରି ବର୍ତ୍ତମାନ ସ୍ଫୁଟନିକ-ଭି ଭ୍ୟାକସିନ ଉତ୍ପାଦନ କରୁଛି । ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଋଷ ଭ୍ୟାକସିନକୁ ଅନୁମତି ଦେଇଛି ଡିସିଜିଆଇ । ଭାରତରେ ମେ ୧୪ ତାରିଖରୁ ଏହି ଟିକା ତିଆରି ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଦେଶରେ ସ୍ଫୁଟନିକ୍‌-ଭି ଭ୍ୟାକସିନ୍‌ ଦିଆଯାଉଛି ଏବଂ ଏହାର ପ୍ରତିରୋଧ କ୍ଷମତା ରହିଛି ୯୭.୬ ପ୍ରତିଶତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.