ଡିସେମ୍ବର ସୁଦ୍ଧା ଆସିପାରେ କରୋନା ଭ୍ୟାକ୍‌ସିନ୍ : ଭାରତରେ ଗୋଟିଏ କୋଟି ଡୋଜ୍ ପ୍ରସ୍ତୁତ, ୧୦୦୦ ଟଙ୍କା ହୋଇପାରେ ଦାମ୍

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨/୦୭ : ମଙ୍ଗଳବାର ଦିନ ଅକ୍ସଫୋର୍ଡ ୟୁନିଭର୍ସିଟି କରୋନା ଭ୍ୟାକସିନର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପୁରା କରିଥିବା ଖୁସି ଖବର ଦେଇଥିଲା | ବର୍ତ୍ତମାନ ଦେଶରେ ମଧ୍ୟ କରୋନା ଭ୍ୟାକସିନକୁ ନେଇ ଭଲା ଖବର ଶୁଣିବାକୁ ମିଳିଛି | ଭାରତରେ ଅକ୍ସଫୋର୍ଡର ଏହି ଭ୍ୟାକସିନର ଉତ୍ପାଦନ ଆରମ୍ଭ ହୋଇସାରିଛି | ଦେଶର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହି ଭ୍ୟାକସିନ ଉତ୍ପାଦନ କାମ ଆରମ୍ଭ କରୁଛି | ସୂଚନା ଅନୁଯାୟୀ, ଏହି ଭ୍ୟାକସିନର ଗୋଟିଏ କୋଟି ଡୋଜ ପ୍ରସ୍ତୁତ ହୋଇଛି | ନଭେମ୍ବର ମାସ ସୁଦ୍ଧା ଭ୍ୟାକସିନର ଅନ୍ତିମ ପର୍ଯ୍ୟାୟ ଫଳାଫଳ ଆସିବାର ଅନୁମାନ କରାଯାଉଛି |

ସିରମ ଇନଷ୍ଟିଚ୍ୟୁଟର କାର୍ଯ୍ୟକାରୀ ନିର୍ଦେଶକ ଡ.ରାଜୀବ ଢୋରେ କହିଛନ୍ତି ଯେ, ଅଧିକ ସଂଖ୍ୟାରେ ଭ୍ୟାକସିନ ଉତ୍ପାଦନ କରାଯାଇଛି | ସପ୍ଲାଏ ପାଇଁ ଭ୍ୟାକସିନକୁ ଶିଶିରେ ଭର୍ତ୍ତି କରିବା କାମ ବାକି ଅଛି | ଡିସେମ୍ବର ମାସ ସୁଦ୍ଧା ଭ୍ୟାକସିନ ରେଡି ହୋଇଯିବ ବୋଲି ଆଶଙ୍କା କରାଯାଉଛି | ପ୍ରତି ସପ୍ତାହରେ ସେ ଭ୍ୟାକସିନର ଲକ୍ଷ ଲକ୍ଷ ଡୋଜ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି | ଆଗାମୀ ଦିନରେ ଅକ୍ସଫୋର୍ଡ ଭ୍ୟାକସିନର କୋଟିଏ ଡୋଜ ତିଆରି କରିବେ ବୋଲି ସେ କହିଛନ୍ତି | ଏହି ଭ୍ୟାକସିନ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି | ଥରେ ଭାରତ ସରକାରଙ୍କୁ ସୁରକ୍ଷା ଓ କ୍ଲିନିକାଲ ଟ୍ରାଏଲ ଡାଟା ଦେଲେ ନଭେମ୍ବର ସୁଦ୍ଧା ଲାଇସେନ୍ସ ମିଳିଯିବ ବୋଲି ସେ କହିଛନ୍ତି | 

{"id":304004,"sizeSlug":"large"}

ଅକ୍ସଫୋର୍ଡ ୟୁନିଭର୍ସିଟିରେ ତିଆରି ହେଉଥିବା ଭ୍ୟାକସିନ ଭାରତରେ ଉତ୍ପାଦନ ସହିତ ମାନବ ପରୀକ୍ଷଣ ମଧ୍ୟ ହେବ | ଭାରତରେ ପାଖାପାଖି ୧୫୦୦ ଲୋକଙ୍କ ଉପରେ ଭ୍ୟାକସିନ ପରୀକ୍ଷଣ କରାଯିବ | ପରୀକ୍ଷା ଫଳାଫଳ ନଭେମ୍ବର ଆସିପାରେ ବୋଲି ସେ କହିଛନ୍ତି | ଭାରତରେ ଆଗାମୀ ମାସରୁ ପରୀକ୍ଷଣ ଆରମ୍ଭ ହେବ ଏବଂ ମାସେ ଦୁଇ ମାସ ଭିତରେ ତାର ଫଳାଫଳ ସାମ୍ନାକୁ ଆସିବ ବୋଲି ଡ.ରାଜୀବ କହିଛନ୍ତି | 

ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଆଦର ପୁନାଵାଲା ଏକ ଇଂରାଜୀ ନ୍ୟୁଜ ଚାନେଲ ସହ କଥାବାର୍ତ୍ତାରେ କହିଛନ୍ତି ଯେ, ଭ୍ୟାକସିନ ପାଇଁ ୨୦ କୋଟି ଡଲାର ନିବେଶ କରାଯାଇଛି | ସେ କହିଛନ୍ତି ଏହି ନିଷ୍ପତ୍ତି ନେବା ପାଇଁ ଅଧା ଘଣ୍ଟା ସମୟ ଲାଗିଥିଲା | ଅକ୍ସଫୋର୍ଡ ଭ୍ୟାକସିନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାସ ହୋଇଯାଇଥିଲେ ମଧ୍ୟ ଏହାର ଫାଇନାଲ ଫଳାଫଳ ସଫଳ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ | ସେଥିପାଇଁ ବର୍ତ୍ତମାନ ଭ୍ୟାକସିନର କୋଟିଏ ଡୋଜ ତିଆରି କରି ଷ୍ଟକ ରଖିବା ରିସ୍କ ବୋଲି ସେ କହିଛନ୍ତି |

ଆଦର ପୁନାଵାଲାଙ୍କ କହିବାନୁଯାୟୀ, ବଜାରରେ ଭ୍ୟାକସିନର ମୂଲ୍ୟ ପାଖାପାଖି ହଜାରେ ଟଙ୍କା ରହିବ | ଦେଶର ସେବା କରିବା ସବୁଠାରୁ ବଡ କର୍ତ୍ତବ୍ୟ ବୋଲି ସେ କହିଛନ୍ତି | ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସଫଳ ହେଲେ ଦେଶର ଭଲା ହେବ ବୋଲି ସେ କହିଛନ୍ତି | ସିରମ ଇନଷ୍ଟିଚ୍ୟୁଟ ଦୁନିଆର ସବୁଠାରୁ ବଡ ଭ୍ୟାକସିନ ନିର୍ମାତା କମ୍ପାନୀ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.