ଭୁବନେଶ୍ବରରେ ହେବ ସେରୋଲୋଜିକାଲ୍ ସର୍ଭେ, ଗୁରୁବାରରୁ ରବିବାର ଯାଏ ଚାଲିବ

Published By : Prameya-News7 Bureau | July 07, 2020 IST

ଭୁବନେଶ୍ୱର ୦୭।୦୭: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଗ୍ରାଫ । ପ୍ରତିଦିନ ଶତାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରାଜ୍ୟରେ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହୋଇଛି । କଟକ ଓ ଗଞ୍ଜାମ ଜିଲ୍ଲାରେ ଆଣ୍ଟିଜେନ୍‌ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ସେହିପରି ଭୁବନେଶ୍ୱରେରେ ଗତିକିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସରୋଲୋଜିକାଲ ସର୍ଭେ କରାଯିବ । ଏନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ।  

ଭୁବନେଶ୍ବରରେ ଆସନ୍ତା ୯ରୁ ସେରୋଲୋଜିକାଲ୍‌ ସର୍ଭେ ହେବ । ଆସନ୍ତା  ଗୁରୁବାରରୁ ଭୁବନେଶ୍ବରରେ କରାଯିବ ସେରୋଲୋଜିକାଲ୍‌ ସର୍ଭେ । ଏହି ସର୍ଭେ ଗୁରୁବାର ଠାରୁ ଆରମ୍ଭ ହୋଇ ରବିବାର ଯାଏଁ ଚାଲିବ । ସେହିପରି  ଆସନ୍ତା ସପ୍ତାହରେ ଗଞ୍ଜାମ ଜିଲ୍ଲାରେ ମଧ୍ୟ କରାଯିବ ସେରୋଲୋଜିକାଲ୍‌  ସର୍ଭେ ।  ତେବେ ଆସିଥିବା ୫ ହଜାର ରାପିଡ ଆଣ୍ଟିଜେନ କିଟ ବଣ୍ଟା ସରିଛି । ତାହାମଧ୍ୟରୁ  SCB, MKCG ଓ ଭୁବନେଶ୍ବର ପାଇଁ ଦିଆଯାଇଛି କିଟ୍‌ । ରାଜ୍ୟକୁ ଆହୁରି ଅଧିକ କିଟ୍‌ ଆଣିବା ପାଇଁ ଅଛି ଯୋଜନା ରହିଛି । କାଲି ସୁଦ୍ଧା ପୁରୀ ଜିଲ୍ଲାରେ ସରିବ ସର୍ଭେ । ଏନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.