Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ, ଆସୁଛି ୫୦ହଜାର କିଟ୍‌

29/06/2020 at 3:07 PM

ଭୁବନେଶ୍ୱର ୨୯।୦୬: ପୁରୀରୁ ଆରମ୍ଭ ହୋଇଛି ସେରୋଲୋଜିକାଲ ଟେଷ୍ଟ । ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଉଛି।  ପୁରୀ ପରେ ଭୁବନେଶ୍ୱରରେ ଏହି ଟେଷ୍ଟ କରାଯିବ । ତା ପରେ ଗଞ୍ଜାମ ,ଗଜପତି, ବଡ଼ମ୍ବା- ନରସିଂହପୁରରେ ହେବ। ଏହାସହ ସରକାର ମଗାଇଥିବା ୫୦ ହଜାର କିଟ୍  ଆସିବା ପରେ ଆଣ୍ଟି ବଡି ଓ ଆଣ୍ଟିଜେନ୍ ଟେଷ୍ଟ କରାଯିବ। କେତେ ଜଣଙ୍କ  ପାଖରେ ଆଣ୍ଟି ବଡି ଡେଭଲପ୍ ହୋଇଛି ନା ନାହିଁ ତାହା ଜଣାପଡିବ।

ILS ରାଜ୍ୟରେ ଜେନମ ଷ୍ଟଡି କରି ସାରିଛି। ରାଜ୍ୟର ବିଭିନ୍ନ ସ୍ଥାନ ରୁ ସଂଗୃହିତ ୨୨୮ ଟି  ସାମ୍ପଲକୁ ନେଇ ଆମେ ପରୀକ୍ଷା କରାଯାଉଛି ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି। ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବି ଏହାର ନମୂନା ପରୀକ୍ଷା କରାଯାଇଛି। କେବଳ ଆନାଲିସିସ୍ ବାକି ଅଛି। ଜୁଲାଇ ମାସ ୧୦ ତାରିଖରୁ ଝାରସୁଗୁଡ଼ା,  ଅନୁଗୁଳ, ପୁରୀ ,କେନ୍ଦୁଝର ସମେତ ୫ ଟି ସ୍ଥାନରେ ପରୀକ୍ଷା ହେବ।  ଏବେ ୫ ହଜାର ୫ ଶହରୁ ୬ ହଜାର ପରୀକ୍ଷା ହେଉଛି। 

କରୋନା ରୁ ସୁସ୍ଥ ହେବା ପରେ ପୁଣି ଥରେ ଭୁତାଣୁ ଆକ୍ରାନ୍ତ କରିବ କି ନାହିଁ ସେ ନେଇ ଇମୁନୋଲୋଜି ଷ୍ଟଡି କରାଯାଇଛି। ସୁସ୍ଥ ହେବା ପରେ ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧ ଶକ୍ତି  କେତେ ବଢିଛି ତାର ମଧ୍ୟ ଷ୍ଟଡି ହେବ। ଲୋକେ ଏବେ ଆଶ୍ୱସ୍ତି ହୋଇଗଲେଣି, ତେଣୁ ନିଜେ ସତର୍କ ରହିବାକୁ ପଡିବ। ସ୍ଥାନୀୟ ସ୍ଥିତିକୁ ଦେଖି ସଟ୍ ଡାଉନ କରାଯିବ ଉଚିତ୍ ବୋଲି ସେ କହିଛନ୍ତି।

   Related Posts