Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଜିଠୁ କଟକରେ ସେରୋ ସର୍ଭେ, CMCର ୨୫ଟି ୱାର୍ଡରେ ହେବ ରକ୍ତ ନମୁନା ସଂଗ୍ରହ

2/11/2020 at 7:52 AM

କଟକ ୦୨।୧୧: ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । ସିଏମସିର ୨୫ଟି ୱାର୍ଡରେ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ ହେବ । ପ୍ରତି ୱାର୍ଡରୁ ୬୦ ଜଣ ଲେଖାଏଁ ଲୋକଙ୍କୁ ଚିହ୍ନଟ କରାଯାଇ ଆସନ୍ତା ୫ ତାରିଖ ଯାଏ ଚାଲିବ ସେରୋ ସର୍ଭେ । ଏହି ସର୍ଭେରେ ନାବାଳକ ଓ ଗର୍ଭବତୀ ମାନଙ୍କୁ ସାମିଲ କରାଯିବ ନାହିଁ ।

ସେରୋ ସର୍ଭେ ପାଇଁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ରେ ୫ ଜଣ ଲେଖାଁଏ ସଦସ୍ୟ ରହିଛନ୍ତି । ଏବଂ ପ୍ରତ୍ୟେକ ଟିମକୁ ୫ ଟି ଲେଖାଁଏ ୱାର୍ଡର ଦାୟିତ୍ବ ଦିଆଯାଇଛି । ପ୍ରତିଦିନ ସେରୋ ସର୍ଭେ ସକାଳ ୮ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । କଟକ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଟପିଛି ।

ସେହି ତୁଳନାରେ ଆରୋଗ୍ୟହାର ମଧ୍ୟ ବେଶ୍ ଭଲ ରହିଛି । ଏହି ସେରୋ ସର୍ଭେରେ ଲୋକଙ୍କ ଦେହରେ କେତେ ଆଣ୍ଟିବଡି ବିକଶିତ ହୋଇଛି । ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ବୃଦ୍ଧି ପାଇଛି, ତାହା ଜାଣାପଡିବ । ପୂର୍ବରୁ କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସେରୋ  ସର୍ଭେ  କରାଯାଇଥିଲା ।

   Related Posts