ରାଜ୍ୟରେ ପୁଣି ହେବ ସେରୋ ସର୍ଭେ, ଅପରାହ୍ନରେ ହେବାକୁ ଥିବା ବୈଠକରେ ନିଆଯିବ ନିଷ୍ପତ୍ତି

Published By : Prameya-News7 Bureau | August 04, 2021 IST

ଭୁବନେଶ୍ୱର ୦୪।୦୮: ରାଜ୍ୟରେ ଖୁବ ଶୀଘ୍ର ହେବ ସେରୋ ସର୍ଭେ । ଏନେଇ ବୁଧବାର ଅପରାହ୍ନରେ ବସିବ ବୈଠକ। ଆଇସିଏମଆର ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବସିବ ବୈଠକ।  ଉପକୂଳରୁ ଉପାନ୍ତ ଜିଲ୍ଲା ପର୍ଯ୍ୟନ୍ତ ହେବ ସେରୋ ସର୍ଭେ। କେତୋଟି ଜିଲ୍ଲା ଏବଂ କେଉଁ କେଉଁ ଜିଲ୍ଲାରେ ହେବ ସେନେଇ ନିଷ୍ପତି ନିଆଯିବ । ଏନେଇ ଆଇସିଏମଆର ନିର୍ଦ୍ଦେଶିକା ସଂଘମିତ୍ର ପତି ସୂଚନା ଦେଇଛନ୍ତି ।

ତେବେ ପୂର୍ବ ଥର ହୋଇଥିବା ସେରୋ ସର୍ଭେର ରେଜଲ୍ଟ ବେଶ୍ ଉତ୍ସାହଜନକ ଥିଲା । ଖାସ୍‌ କରି ଗଞ୍ଜାମ, ରାୟଗଡ଼ା ପରି ଜିଲ୍ଲାରେ ସରୋ ସର୍ଭେ ହୋଇଥିଲା । ଏହି ସବୁ ଜିଲ୍ଲାରେ ଆଣ୍ଟିବଡ଼ି ବହୁ ମାତ୍ରାରେ ହୋଇଛି । ତେଣୁ ଏବେ କରୋନାର ୨ୟ ଲହର ସଂକ୍ରମଣ କମିଛି । ଆଗାମୀ କିଛି ଦିନ ମଧ୍ୟରେ ସେରୋ ସର୍ଭେ ହେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୬୬ଜଣ କୋଭିଡ଼ରେ ଆଖିବୁଜିଛନ୍ତି । ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୨୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୮୭୨୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୬୨୦୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧୬୮ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୬୨୮୯୧୩୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.