ସାମ୍ନାକୁ ଆସିଲା କଟକର ସେରୋ ସର୍ଭେ ରିପୋର୍ଟ: ଜାଣନ୍ତୁ କ’ଣ କହିଲେ ସିଏମସି କମିଶନର?

Published By : Prameya-News7 Bureau | November 12, 2020 IST

କଟକ୧୨/୧୧: କଟକରେ ହୋଇଥିବା ସେରୋ ସର୍ଭେର ରିପୋର୍ଟ ସାମ୍ନାକୁ ଆସିଛି । ସିଏମସି କମିଶନର ଅନନ୍ୟା ଦାସ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୨ରୁ ୫ ନଭେମ୍ବର ଯାଏଁ କଟକରେ ସେରୋ ସର୍ଭେ ହୋଇଥିଲା। ସର୍ଭେ ପାଇଁ ୨,୨୭୪ ନମୁନା ସଂଗ୍ରହ କରାଯାଇଥିଲା। ଏପରି କି ୨୫ଟି ୱାର୍ଡରୁ ୧୬୩୪ ଓ ୬୪୦ ନମୁନା ହାଇରିସ୍କ ଗ୍ରୁପରୁ ସଂଗ୍ରହ କରାଯାଇଥିଲା। ଆରଏମଆରସିର ୫ଟି ଟିମ୍ ଆସି ସେରୋ ସର୍ଭେ କରିଥିଲେ।

ଅନ୍ୟପଟେ ସିଏମସିକୁ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ଯେ, ସେରୋ ସର୍ଭେ ୨ ପ୍ରକାର କରାଯାଇଥିଲା । ଗୋଟିଏ ହେଉଛି କମ୍ୟୁନିଟି ସେରୋ ସର୍ଭେ ଏବଂ ଅନ୍ୟଟି ହେଉଛି ହାଇରିସ୍କ ଗ୍ରୁପର ସର୍ଭେ। କମ୍ୟୁନିଟି -୪୧.୮% ଓ ହାଇରିସ୍କ ଗ୍ରୁପରେ ୫୬.୬% ଆଣ୍ଟିବଡି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.