୫୭ ପ୍ରତିଶତ ବସ୍ତିବାସିନ୍ଦାଙ୍କ ଠାରେ ରହିଛି ଆଣ୍ଟିବଡ଼ି, ସେରୋ ସର୍ଭେରୁ ମିଳିଲା ତଥ୍ୟ

Published By : Prameya-News7 Bureau | July 29, 2020 IST

ମୁମ୍ବାଇ ୨୯।୦୭: ଦିଲ୍ଲୀ ପରେ ଏବେ ମୁମ୍ବାଇରେ ସେରୋ ସର୍ଭ ଆରମ୍ଭ ହୋଇଛି । ସର୍ଭେରେ ମୁମ୍ବାଇର ବସ୍ତିମାନଙ୍କରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ୫୭ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ମିଳିଛି । କହିବାକୁ ଗଲେ ଏହିସବୁ ଲୋକମାନେ କରୋନା ସଂସ୍ପର୍ଶରେ ଆସିସାରିଛନ୍ତି । ସେହିପରି ଆବାସିକ ଅଞ୍ଚଳରେ ୧୬ପ୍ରତିଶତ ଲୋକଙ୍କ ମଧ୍ୟ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇସାରିଛି । ବିଏମ୍‌ସି ଅଧିକାରୀମାନେ ଏହାକୁ ଭଲ ପରିବର୍ତ୍ତନ ବୋଲି କହିଛନ୍ତି । ଏହି ସର୍ଭେରେ ବିଏମ୍‌ସି ନୀତି ଆୟୋଗ ଓ ଡାଟା ଇନ୍‌ଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ (TIFR) ସହିତ ମିଶି ଏହି କାର୍ଯ୍ୟ କରିଛି ।

କରୋନା ମହାମାରୀର ପ୍ରସାର ଓ ଲୋକଙ୍କ ଏହି ମାରତ୍ମକ ରୋଗରୁ ରକ୍ଷା ପାଇବା ପାଇବା ଇମ୍ୟୁନିଟି ଦାରକାର । ଏହାକୁ ଯାଞ୍ଚ କରିବା ପାଇଁ ୬,୯୩୬ ଲୋକଙ୍କୁ ନେଇ ସେରୋ ସର୍ଭେ କରାଯାଇଥିଲା । ବିଏମ୍‌ସିର ୩ଟି ଓ୍ୱାର୍ଡରେ  (R / N, M / W ଏବଂ F / N) ସର୍ଭେ କରିଥିଲା । ବସ୍ତିରେ ରହୁଥିବା ପ୍ରାୟ ୪ହଜାର ଲୋକଙ୍କ ରକ୍ତ ନମୁନା ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୫୭ପ୍ରତିଶତ ଲୋକଙ୍କ ନିକଟରେ କରୋନାର ଆଣ୍ଟିବଡ଼ି ମିଳିଛି । ଆବାସିକ ଅଞ୍ଚଳରେ ରହୁଥିବା ପ୍ରାୟ ୩ହଜାର ଲୋକଙ୍କ ମଧ୍ୟରୁ ୧୬% ଆଣ୍ଟିବଡି ମିଳିଛି । ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କ ଠାରେ ଅଧିକ ଆଣ୍ଟିବଡି ଥିବାର ଦେଖିବାକୁ ମିଳିଛି ।

ଆଣ୍ଟିବଡି ପରୀକ୍ଷା କ’ଣ?

ଯେତେବେଳେ ଜଣେ ବ୍ୟକ୍ତି କରୋନା ହୋଇଯାଇଥାଏ । ଏହି ଭାଇରସ ସହିତ ଲଢେଇ କରିବା ପାଇଁ ତାଙ୍କ ଶରୀରରେ ଆଣ୍ଟିବଡି ଉତ୍ପନ୍ନ ହୁଏ । କରୋନା ଭାଇରସ ବିଭିନ୍ନ ଲୋକମାନଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯଆଇଥାଏ । ଆଣ୍ଟିବଡି ଟେଷ୍ଟ  ପାଇଁ ବ୍ୟକ୍ତିଙ୍କ ଠାରୁ ରକ୍ତ ନମୁନା ନିଆଯାଇଥାଏ  । ଆଇସିଏମଆର (ICMR) ଦ୍ୱାରା ଅନୁମୋଦିତ ଏକ ମେସିନ୍ ମାଧ୍ୟମରେ, ରକ୍ତରେ ଆଣ୍ଟିବଡି ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଏକ ପ୍ରକ୍ରିୟା କରାଯାଇଥାଏ । ଯଦି ଆଣ୍ଟବଡ଼ି ନଥାଏ , ତେବେ କେତେମାତ୍ରାରେ ରହିଥାଏ , ତାହା ମଧ୍ୟ ପରୀକ୍ଷା ହୋଇଥାଏ ।

ଯଦି ଆଣ୍ଟିବଡ଼ି କିଛି ଲୋକଙ୍କ ଠାରେ  ଦେଖାଯାଇଥାଏ , ଏବଂ ରିପୋର୍ଟଟି ପଜିଟିଭ୍‌ ଆସିଥାଏ । ତେବେ ସେହି ବ୍ୟକ୍ତି ଅତୀତରେ କରୋନାରେ ସଂକ୍ରମିତ ହୋଇସାରିଥିଲେ । ସେହିପରି ଯଦି  କୌଣସି ବ୍ୟକ୍ତିଙ୍କ ନିକଟରେ ଆଣ୍ଟିବଡି ନାହିଁ, ଏବଂ ରିପୋର୍ଟଟି ନେଗେଟିଭ୍‌ ଆସିଛି । ତାହାର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କ କରୋନା ସଂକ୍ରମିତ ହୋଇନାହାନ୍ତି । ତେବେ  କେତେକ କ୍ଷେତ୍ରରେ ଏହା ମଧ୍ୟ ଘଟେ ଯେ ନମୁନା ଦେଉଥିବା ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇସାରିଛନ୍ତି କିନ୍ତୁ ତାଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇନାହିଁ । ଏହିପରି ମାମଲା ବହୁତ କମ୍‌ ଦେଖିବାକୁ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.