ଦିଲ୍ଲୀରେ ଭୟଙ୍କର ସ୍ଥିତି, ପ୍ରତି ୪ଜଣରେ ଜଣେ କୋଭିଡ୍ ଆକ୍ରାନ୍ତ, ସେରୋ ସର୍ଭେରେ ସଙ୍ଗୀନ ତଥ୍ୟ

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ, ୨୧|୦୭: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସର ମାମଲା ଏବେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ଦେଖିବାକୁ ମିଳିଛି । ଏଠାରେ ସୁସ୍ଥ ହାର ସବୁଠାରୁ ଅଧିକ ରହିଛି । ସକ୍ରିୟ କେସ୍ ବହୁତ କମ୍ ରହିଛି । ଏହା ମଧ୍ୟରେ ଦିଲ୍ଲୀ ସରକାର କରୋନା ସଙ୍କଟକୁ ନେଇ ରାଜ୍ୟରେ ସେରୋ ସର୍ଭେ କରିଥିଲେ । ଏଥିରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ପ୍ରତି ୪ଜଣରେ ଜଣେ ବ୍ୟକ୍ତିଙ୍କ ଉପରେ କରୋନା ସଙ୍କଟ ଥିବା ସର୍ଭେରେ ଜଣାପଡିଛି ।

ସର୍ଭେରେ ଜଣାପଡିଛି ଯେ, ଦିଲ୍ଲୀରେ ଆଣ୍ଟିବଡି ମାମଲା ପ୍ରାୟ ୨୩.୪୮ ପ୍ରତିଶତ ରହିଛି । ଅର୍ଥାତ ଏତେମାତ୍ରାରେ ଲୋକ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହାବ୍ୟତୀତ ଦିଲ୍ଲୀରେ ଯେତେ ପରିମାଣରେ କେସ୍ ଆସିଛି, ସେମଧ୍ୟରୁ ଅଧିକାଂଶ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଏବେ କରୋନା ଆତଙ୍କ ୬ ମାସ ପୂରଣ କରିଛି । ସରକାରଙ୍କ ତରଫରୁ ଯାହା ପଦକ୍ଷେପ ନିଆଯାଇଛି ତାହାର ସୁଫଳ ମିଳିଛି ।

ଏହାସତ୍ୱେ ଅନ୍ୟମାନେ ମଧ୍ୟ କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି । ଜନତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏହାସହ ନିୟମର ପାଳନ କରିବାକୁ ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଏହି ସର୍ଭେ ଜୁନ ୨୭ରୁ ଜୁଲାଇ ୧୦ ମଧ୍ୟରେ କରାଯାଇଥିଲା । ସମସ୍ତ ୧୧ଟି ଜିଲ୍ଲାରୁ ନମୂନା ପରୀକ୍ଷଣ କରାଯାଇଥିଲା । ଏଥିରେ ଲୋକଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା । ସେମାନଙ୍କର ସୀରା ଟେଷ୍ଟ୍ କରାଯାଇଥିଲା । ପ୍ରାୟ ୨୨ହଜାର ନମୂନାକୁ ପରୀକ୍ଷା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.