Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଗଜପତିରେ ଆରମ୍ଭ ହେବ ସେରୋ ସର୍ଭେ, କରୋନା ଲଢେଇକୁ ଆହୁରି ଜୋରଦାର୍ ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ

15/09/2020 at 3:32 PM

ଗଜପତି, ୧୫|୦୯ :  କରୋନା ବିରୋଧରେ ଜାରି ରହିଛି ଲଢେଇ । ଗଜପତି ଜିଲ୍ଲା ପ୍ରଶାସନ ମଧ୍ୟ କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଛି ।   ଜିଲ୍ଲାରେ ଗତ ମାର୍ଚ୍ଚ ମାସଠାରୁ ବିଭିନ ସମୟରେ ଲକଡାଉନ୍ ଓ ସଟଡାଉନ ଜାରି ରହିଥିଲା ।  ଏବେ ଅନଲକ ୪ ଆରମ୍ଭ ହେବାପରେ ମଧ୍ୟ କରୋନା ସହ ଲଡେଇ ଜାରି ରହିଛି ।

ବର୍ତ୍ତମାନ  ଗଜପତିରେ କରୋନା ସ୍ଥିତି କିଛି ନିୟନ୍ତ୍ରଣ ରହିଛି । ଏହି ଲଢେ଼ଇକୁ ଆହୁରି ଜୋରଦାର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ ଆସନ୍ତା ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ କରାଯିବ । ଆରଏମଆରସି ଏବଂ ଜିଲ୍ଲା ପ୍ରଶାସନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆରଏମଆରସି ତରଫରୁ ଏକ ୧୬ ଜଣିଆ ଟିମ୍ ଆସି ଜିଲ୍ଲାରେ ପହଁଚିବା କାର୍ଯ୍ୟକ୍ରମ ରହିଛି ।

ଆରଏମଆରସି ଟିମ୍‌କୁ ସହଯୋଗ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ଲ୍ୟାବ୍ ଟେକ୍ନିସିଆନ୍, ନର୍ସ, ଲାବୋରେଟାରୀ ଯୋଗାଇ ଦିଆଯିବ । ପାରଳାଖେମୁଣ୍ଡି ସହରର ୧୬ଟି ୱାର୍ଡକୁ ୨୦ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ପ୍ରତି କ୍ଲୋଷ୍ଟରରେ ଅନ୍ୟୁନ ୫୦ ଜଣଙ୍କ ରକ୍ତ ନମୁନା ନିଆଯାଇ ପରୀକ୍ଷଣ ପାଇଁ ପଠାଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଜିଲାବାସୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲାପାଳ ଅନୁପମ ସାହା ଅପିଲ କରିଛନ୍ତି ।

   Related Posts