ବେକ ଓ ହାତରେ ଗଭୀର କ୍ଷତ, ବୋହୁଥିଲା ରକ୍ତ : ଅଜଣା ଯୁବକ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | March 13, 2020 IST

କେନ୍ଦୁଝର ୧୩।୩: କେନ୍ଦୁଝରରେ ବେକ ଓ ହାତରେ ଗଭୀର କ୍ଷତ। ବୋହୁଥିଲା ରକ୍ତ। କେନ୍ଦୁଝର  ଟାଉନ ଥାନା ଅନ୍ତର୍ଗତ ଧାଙ୍ଗରପଡ଼ା ନିକଟରୁ ଅଜଣା ଯୁବକଙ୍କୁ ଉଦ୍ଧାର କରାଯାଇଛି । ଯୁବକଙ୍କର ହାତ ଓ ବେକରେ ଥିଲା ଗଭୀର କଟା ଚିହ୍ନ। ରକ୍ତ ଜୁଡ଼ୁବଡ଼ୁ ହୋଇ ସେ ରାସ୍ତାରେ ଦୌଡୁଥିବା ସମୟରେ କିଛି ସ୍ଥାନୀୟ ଯୁବକ ତାକୁ ଉଦ୍ଧାର କରିଥିଲେ ।  ସେହି ରାସ୍ତା ଦେଇ ଯାଉଥିବା ଏକ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି ।

{"id":237691,"sizeSlug":"large"}

ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କର ଚିକିତ୍ସା ଜାରି ରହିଛି। ଯୁବକଙ୍କ ପରିଚୟ ମିଳି ପାରିନାହିଁ । ତେବେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ତାଙ୍କୁ କେହି ହତ୍ୟା ଉଦ୍ୟମ କରିଛି ସେ ନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ  କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.