'ଅକ୍ସିଜେନ୍‌ ଆଉ ମାତ୍ର କେଇ ଘଣ୍ଟା ଯିବ, ହସ୍ପିଟାଲଗୁଡିକରୁ ବାରମ୍ବାର ଫୋନ ଆସୁଛି, ତୁରନ୍ତ ପଠାଅ' : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୦୪ : ‘ଅକ୍ସିଜେନ୍‌ ଶେଷ ହୋଇଗଲାଣି, ହସ୍ପିଟାଲ ଗୁଡିକରେ ଯେତିକି ଅକ୍ସିଜେନ୍‌ ଅଛି ଆଉ ମାତ୍ର କେଇ ଘଣ୍ଟା ଯିବ । ଘୋର ଅଭାବ ଦେଖାଗଲାଣି । କେନ୍ଦ୍ରକୁ ଅନୁରୋଧ ତୁରନ୍ତ ଅକ୍ସିଜେନ୍‌ ବ୍ୟବସ୍ଥା କରନ୍ତୁ।’ ଦିଲ୍ଲୀରେ ମହାମାରୀ କରୋନା ଗ୍ରାସ ମଧ୍ୟରେ ଏଭଳି ଅସହାୟତା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ । ତୁରନ୍ତ ଦିଲ୍ଲୀରେ ଅକ୍ସଜେନ୍‌ ବ୍ୟବସ୍ଥା କରାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କେଜରିଓ୍ବାଲ ।

wp:embed {"url":"https://twitter.com/ArvindKejriwal/status/1384486035048976385","type":"rich","providerNameSlug":"twitter","responsive":true,"className":""}
https://twitter.com/ArvindKejriwal/status/1384486035048976385
/wp:embed

ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର । ହସ୍ପିଟାଲ ଗିଡିକରେ ଅକ୍ସିଜେନ୍ ପହଞ୍ଚାଇବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେରିଓ୍ବାଲ । ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ସମାନ କଥା କହିଛନ୍ତି । କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ଉଭୟ ନେତା । ସିସୋଦିଆ କହିଛନ୍ତି, ହସ୍ପିଟାଲ ଗୁଡିକରୁ ବାରମ୍ବାର ଫୋନ ଆସୁଛି ଅକ୍ସଜେନ୍‌ ପହଞ୍ଚାଇବା ପାଇଁ । ଦିଲ୍ଲୀ ସରକାର ଅସହାୟ । କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ । ହସ୍ପିଟାଲ ଗୁଡିକରେ ଯଥା ସମ୍ଭବ ଅକ୍ସିଜେନ୍ ପହଞ୍ଚାନ୍ତୁ । ଅକ୍ସିଜେନ୍‌ ଯୋଗାଣ  ପାଇଁ ରାଜ୍ୟମାନଙ୍କ ମଧ୍ୟରେ ଜଙ୍ଗଲରାଜ ଚାଲିଛି । ଏଥି ପାଇଁ କେନ୍ଦ୍ର ସରକାରଙ୍କୁ ସମ୍ବେଦନଶୀଳ ଏବଂ ସକ୍ରିୟ ହେବାକୁ ପଡିବ ।    

wp:embed {"url":"https://twitter.com/msisodia/status/1384473531304402945","type":"rich","providerNameSlug":"twitter","responsive":true,"className":""}
https://twitter.com/msisodia/status/1384473531304402945
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.