ନବମ ଓ ଦଶମଶ୍ରେଣୀ ଇତିହାସ ଓ ଭୂଗୋଳ ବହିରେ ସାଂଘାତିକ ଭୁଲ୍ : ପିଲା ପଢ଼ୁଛନ୍ତି ବର୍ଷ ବର୍ଷ ଧରି, ସବୁଜାଣି ନିରବ ସମସ୍ତେ

Published By : Prameya-News7 Bureau | February 19, 2019 IST

ବାଲେଶ୍ବର୧୮|୨: ଆଉ ୪ଦିନ ପରେ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା। ଏହି ପରୀକ୍ଷାରେ ପିଲାମାନଙ୍କର ଗୋଟାଏ ଗୋଟାଏ ମାର୍କକୁ ନେଇ ସେମାନଙ୍କର ଭାଗ୍ୟ ନିର୍ଧାରଣ ହେବ। ଏପରି ସ୍ଥଳେ ପାଠ୍ୟ ପୁସ୍ତକରେ ଜଘନ୍ୟ ତୃଟିକୁ କେହି ନଜର ଦେଉନାହାନ୍ତି। କଣ ପରୀକ୍ଷାରେ ତୃଟିଯୁକ୍ତ ଉତ୍ତର ଲେଖିଲେ ଶିକ୍ଷକମାନେ ବହିରେ ଭୁଲ ଅଛି ବୋଲି ଠିକ୍ ମାର୍କ ଦେବେନା ତାହାକୁ ଭୁଲ ଦର୍ଶ।ଇ ନମ୍ବର କାଟିବେ। ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

{"id":86671,"width":595,"height":446}

ଚଳିତ ବର୍ଷ ଫେବୃୟାରୀ ୨୨ତାରିଖରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ଏହା ମାର୍ଚ୍ଚ ୮ତାରିଖରେ ଶେଷ ହେବ।  ହେଲେ ଏବେ ଦଶମ ଶ୍ରେଣୀ ଇତିହାସ ଓ ନବମ ଶ୍ରେଣୀ ଭୂଗାେଳ ବହିରେ କିଛି ଭୁଲ ତଥ୍ୟ ନଜରକୁ ଆସିଛି। ଇତିହାସ ବହିର ୩୧ପୃଷ୍ଠାର ତୃତୀୟ ପାରାଗ୍ରାଫରେ ଅଛି ଶ୍ରୀଜଙ୍ଗ ଗ୍ରାମରେ ମୁରଲିଧର ପଣ୍ଡା ଚୌକିଦାର ପୋଷାକ ପୋଡ଼ିଥିବାର ଖବର ପାଇ ପୁଲିସ ସେଠାକୁ ଯାଇଥିଲା। ସେଠାରେ ୧୯୪୨ ସେପ୍ଟେମ୍ବର ୨୧ତାରିଖରେ ପୁଲିସ ଗୁଳି ମାଡ଼ରେ ୧୦ରୁ ୧୧ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ।

{"id":86672,"width":601,"height":451}

ସେହିପରି ପରବର୍ତି ପାରାରେ ଲେଖା ଯାଇଛି ତୁଡ଼ଗିଡ଼ିଆ ଖଇରାଡ଼ିହିରେ ମଧ୍ୟ ସତ୍ୟାଗ୍ରହୀମାନଙ୍କୁ ଦମନ କରିବାପାଇଁ ପୁଲିସ ଗୁଳି ଚାଳନା କରିଥିଲା ଏଥିରେ ନୀଳଗିରିର କିଛି ଲୋକ ପ୍ରାଣ ହରାଇଥିଲେ।  ମାଧ୍ୟମିକ ଶିକ୍ଷା ପରିଷଦ,ଓଡ଼ିଶା ପକ୍ଷରୁ ଏହି ୨ଟି ପାରାଗ୍ରାଫରେ ଯାହାସବୁ ବଣ୍ଣନା କରାଯାଇଛି ତାହା ସଂପୂର୍ଣ୍ଣ ମିଛ ଓ ଅମୂଳକ ବୋଲି କହିଛନ୍ତି ଇତିହାସ ଗବେଷକ ସର୍ବଶ୍ବେର ଦାସ।

{"id":86673}

ତାଙ୍କର କହିବା କଥା ଭଣ୍ଡାରୀ ପୋଖରୀ ନିକଟସ୍ଥ କୋଟସାହିରେ ମୁରଲିଧର ପଣ୍ଡାଙ୍କ ଘର। ୧୯୪୨ମସିହା ସେପ୍ଟେମ୍ବର ୨୨ତାରିଖ ଗୁଳିକାଣ୍ଡରେ ୯ଜଣ ମୃତ୍ୟୁବରଣ କରିଥିଲେ। ୧୩ଜଣ ଆହତ ହୋଇଥିଲେ। ଏକଥା ଜଗନ୍ନାଥ ପଟ୍ଟନାୟକଙ୍କ ’ସ୍ବାଧୀନତା ସଂଗ୍ରାମରେ ଅମର ସହିଦ 'ପୁସ୍ତକର ୬୮ପୃଷ୍ଠାରେ ଲେଖା ଯାଇଛି।

{"id":86674}

ସେହିଭଳି ସେପ୍ଟେମ୍ବର ୨୮ତାରିଖ ତୁଡ଼ଗିଡ଼ିଆ  ଓ ଖଇରା ଡ଼ିହିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ନୀଳଗିରିର କୌଣସି ବ୍ୟକ୍ତି ମୃତ୍ୟୁବରଣ କରିନଥିଲେ। ଏଥିରେ ଓୌପଦାର ମକର ଲେଙ୍କା, ବଧତ୍ ଗ୍ରାମର ରଘୁ ବେହେରା ଓ ଖଇରାର କେଳୁ ସାହୁ ମୃତ୍ୟୁବରଣ କରିଥିଲେ।

{"id":86675}

ସେହିଭଳି ନବମ ଶ୍ରେଣୀ ଭୂଗୋଳ ବହିର ୫୮ ପୃଷ୍ଠାରେ ଲେଖା ଯାଇଛି ୧୮୭୫-୭୬6ର ନଅଙ୍କ ଦୁର୍ଭିକ୍ଷ ସର୍ବ।ଧିକ ଭୟଙ୍କର ହୋଇଥିଲା। ହେଲେ ପ୍ରକୃତ ଘଟଣା ହେଉଛି ୧୮୬୬ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା। ଏହାର ପ୍ରକୃତ ତଥ୍ୟ ଫକୀର ମାେହନଙ୍କର ପୁସ୍ତକରେ ରହିଛି। ଏସବୁକୁ ଶ୍ରୀଯୁକ୍ତ ଦାସ ଘୋର ବିରୋଧ କରିଛନ୍ତି।

{"id":86676,"width":593,"height":445}

୨୦୧୩ ମସିହାରୁ ଏହି ଭୁଲ ତଥ୍ୟ ପିଲାମାନଙ୍କୁ ପଢ଼ା ହୋଇ ଆସୁଅଛି। ବୋଡ଼ର୍ର କର୍ମକର୍ତ। ଏଥିପ୍ରତି ଦୃଷ୍ଟି ନଦେବାରୁ ପ୍ରତିବର୍ଷ ୧୦ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ଭୁଲ ତଥ୍ୟ ପଡ଼ୁଛନ୍ତି। ଏ ସଂପର୍କରେ ସ୍କୁଲର ଇତିହାସ ଓ ଭୂଗାେଳ ପଢ଼ାଉଥିବା ଶିକ୍ଷକମାନେ ଅବଗତ ଥିବାବେଳେ ପ୍ରଧାନ ଶିକ୍ଷକମାନେ ଅବଗତ ନାହାନ୍ତି। ସତ୍ୟାସତ୍ୟ ଅନୁଧ୍ୟାନ କରିବାପରେ ଯାଇ ବୋଡ଼ର୍କୁ ଚିଠି ଲେଖିବେ ବୋଲି ବାଲେଶ୍ବର ଜିଲ୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି।

{"id":86677,"width":591,"height":443}

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଏପ୍ରକାର ଖାମ ଖିଆଲ ନୀତିକୁ ସାଧାରଣରେ ନିନ୍ଦା କରାଯାଇଛି।   ସେପଟେ ଇତିହାସ ଗବେଷକ ସର୍ବଶ୍ବେର ଦାସ କହିଛନ୍ତି ଯଦି ଆସନ୍ତା ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ଏହି ସବୁ ସଂଶୋଧନ ନହୁଏ ତାହଲେ ସେ  ଜିଲ୍ଲା ଶିକ୍ଷା ଅଧତ୍କାରୀଙ୍କ  କାର୍ଯାଳୟ ସମ୍ମୁଖରେ ଧାରଣାରେ ବସିବେ।

{"id":86678,"width":593,"height":445}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.