Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ବିବାଦରେ ‘ତାରକ ମେହେତା କା ଓଲଟା ଚସ୍ମା’ର ବବିତା ଜୀ, ଏହି କାରଣରୁ ମାଗିଲେ କ୍ଷମା

12/05/2021 at 11:06 AM

ମୁମ୍ବାଇ ୧୨/୦୫: ତାରକ ମେହେତା କା ଓଲଟା ଚସ୍ମାର ବବିତା ଜୀ ଅର୍ଥାତ୍ ମୁନ୍ମୁନ୍ ଦତ୍ତା ବିବାଦରେ ଫସି ଯାଇଛନ୍ତି। ବାସ୍ତବରେ, ନିକଟରେ ଏକ ୟୁଟ୍ୟୁବ୍ ଭିଡିଓରେ ମୁନ୍ମୁନ୍ ଜାତିବାଦୀ ଶବ୍ଦ ବ୍ୟବହାର କରିଥିଲେ ଯାହାକି ତାଙ୍କୁ ଭାରି ପଡିଥିଲା । ଏହି ବିବାଦ ବଢିବା ପରେ ମୁନ୍ମୁନ୍ ସେହି ୟୁଟ୍ୟୁବ୍ ଭିଡିଓ ଡିଲିଟ୍ କରିଛନ୍ତି ଏବଂ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ କ୍ଷମା ମାଗିଛନ୍ତି।

ମୁନ୍ମୁନ୍ ତାଙ୍କ କ୍ଷମା ପ୍ରାର୍ଥନାରେ ଲେଖିଛନ୍ତି, ‘ଏହି ପୋଷ୍ଟଟି ମୁଁ ଭିଡିଓରେ ସମ୍ପୃକ୍ତ ଅଟେ ଯାହା ମୁଁ ଅତୀତରେ ପୋଷ୍ଟ କରିଥିଲି । ସେହି ଭିଡିଓରେ, ମୁଁ ଏକ ଶବ୍ଦ ବ୍ୟବହାର କରିଥିଲି ଯାହା ଭୁଲ ବଝା ଯାଇଥିଲା । ମୁଁ ସେହି ଶବ୍ଦକୁ କାହାକୁ ଅପମାନିତ କରିବା କିମ୍ବା କାହାର ଭାବନାକୁ ଆଘାତ କରିବା ପାଇଁ ବ୍ୟବହାର କରି ନାହିଁ । ଭାଷା ବିଷୟରେ ଅଜ୍ଞତା ହେତୁ ମୁଁ ସେହି ଶବ୍ଦର ଅର୍ଥ ବୁଝିବାରେ ଭୁଲ୍ କଲି । ଯେତେବେଳେ ମୁଁ ସେହି ଶବ୍ଦର ଅର୍ଥ ଜାଣିବାକୁ ପାଇଲି, ମୁଁ ନିଜେ ଭିଡିଓ ଡିଲିଟ୍ କରିଦେଲି । ମୁଁ କୌଣସି ଜାତି କିମ୍ବା ଲିଙ୍ଗର ବ୍ୟକ୍ତିଙ୍କୁ ଅତ୍ୟଧିକ ସମ୍ମାନ କରେ ଏବଂ ସମାଜ ତଥା ଦେଶ ପ୍ରତି ତାଙ୍କର ଅବଦାନକୁ ମଧ୍ୟ ସମାନ ସମ୍ମାନ ଦେଇଥାଏ । ଯଦି ମୁଁ ଏହି ଶବ୍ଦକୁ ଅଜ୍ଞାତରେ ବ୍ୟବହାର କରି ଯଦି ମୁଁ କୌଣସି ଭାବନାକୁ ଆଘାତ କରଛି, ତେବେ ମୁଁ ସେମାନଙ୍କୁ ପାଇଁ କ୍ଷମା ମାଗୁଛି ।’

Tarak Mehta Ka Ooltah Chasmah की Babita Ji फंसी मुश्किल में, इस वजह से मांगनी पड़ी माफी

ମୁନମୁନ୍ ଛୋଟ ପରଦାରେ ‘ତାରକ ମେହେlତା କା ଓଲଟା ଚସ୍ମା’ ସହିତ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ଏହା ବ୍ୟତୀତ ସେ ବଡ ପରଦାରେ ମଧ୍ୟ ନଜର ଆସିଛନ୍ତି। ସେ କମଲ ହାସନଙ୍କ ଫିଲ୍ମ ‘ମୁମ୍ବାଇ ଏକ୍ସପ୍ରେସ’ ଏବଂ ଅକ୍ଷୟ କୁମାରଙ୍କ ‘ହଲି ଡେ’ରେ ମଧ୍ୟ ଅଭିନୟ କରିଛନ୍ତି।

   Related Posts